କଣ୍ଟେନରରୁ ୮୦ କେଜି ସୁନା, ୨ କ୍ୱିଣ୍ଟାଲ ରୁପା ଜବତ କଲା ସିଟି-ଜିଏସ୍ଟି ସ୍କ୍ୱାଡ୍, ୪ ଜଣ ଅଟକ
ବିମାନବନ୍ଦରରୁ ବିପୁଳ ପରିମାଣର ସୁନା ଏବଂ ରୁପା ଜବତ ହୋଇଛି । ଜବତ ସୁନାର ପରିମାଣ ଶୁଣିଲେ ହୋସ୍ ଉଡ଼ିଯିବ । କେଜିଏ କି ଦୁଇ କେଜି ନୁହେଁ । ଏକାସଙ୍ଗରେ ୮୦ କେଜି ସୁନା ଏବଂ ୨ କ୍ୱିଣ୍ଟାଲ ରୁପା ଜବତ କରାଯାଇଛି ।

ଭୁବନେଶ୍ୱର ବିମାନ ବନ୍ଦରରେ ଶୁକ୍ରବାର ଅପରାହ୍ଣରେ CT GST ବିଭାଗ ଜବତ କରିଥିଲା ଦୁଇଟି କଣ୍ଟେନର । କେଣ୍ଟନର ଭିତରୁ ବାହାରିଥିବା ସୁନା ଏବଂ ରୁପା ଦେଖି ନିଜ ଆଖିକୁ ବିଶ୍ୱାସ କରିପାରିନଥିଲେ ଅଧିକାରୀ । କଣ୍ଟେନରରେ ୮୦ କେଜି ସୁନା ଏବଂ ୨ କ୍ୱିଣ୍ଟାଲ ରୁପା ଥିଲା । ଏସବୁ ମୁମ୍ୱାଇରୁ ଭୁବନେଶ୍ୱର ଆସୁଥିବା ଜଣପାଡ଼ିଛି । ଘଟଣାରେ ଚାରି ଜଣକୁ ଅଟକ ରଖିଛି CT GST ବିଭାଗ ।












Click it and Unblock the Notifications