ଗିରଫ ହେଲେ କୋଟିପତି ଯନ୍ତ୍ରୀ, ୨୨ଟି ଦାମୀ ପ୍ଲଟ ଜବତ
Odisha News: ଗିରଫ ହେଲେ ଅନୁଗୁଳ ଆଠମଲ୍ଲିକ AEE ରାମଚନ୍ଦ୍ର ଶତପଥୀ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ କୋଟିପତି ଯନ୍ତ୍ରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଚଢାଉ ବେଳେ AEEଙ୍କର ଅମାପ ସମ୍ପତ୍ତି ଠାବ କରିଥିଲା ଭିଜିଲାନ୍ସ । ରେଡ୍ ବେଳେ ଗୋଟିଏ ଦ୍ୱିମହଲା କୋଠା, ୨୨ଟି ଦାମୀ ପ୍ଲଟ ଜବତ କରାଯାଇଛି । ସେହିପରି ଗୋଟିଏରୁ ଅଧିକ ଟଙ୍କାର ଜମା ଟଙ୍କା ନଗଦ ୨୪ ଲକ୍ଷ ଟଙ୍କା ମଧ୍ୟ ମିଳିଛି ।

ସେହିପରି ରେଡ୍ ବେଳେ ରାମ ଚନ୍ଦ୍ରଙ୍କ ଜ୍ୱାଇଁଙ୍କ ଘରୁ ମଧ୍ୟ ୨୨ ଲକ୍ଷ ଟଙ୍କା ଜବତ କରାଯାଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କ ପୈତୃକ ବାସଭବନ ସହ ସରକାରୀ ବାସଭବନରେ ରେଡ୍ କରିଥିଲା ଭିଜିଲାନ୍ସ ଟିମ୍ । ଅନୁକୂଳ, କଳାହାଣ୍ତି, ଢେଙ୍କାନାଳ ଏବଂ କଟକରେ ୯ଟି ସ୍ଥାନରେ ଚଢାଉ କରାଯାଇଥିଲା ।












Click it and Unblock the Notifications