ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁ

ଗଞ୍ଜାମ ଜିଲା ଭଞ୍ଜନଗର ଜଳସେଚନ ବିଭାଜନ କାର୍ଯ୍ୟାଳୟର ସହକାରୀ ଯନ୍ତ୍ରୀଙ୍କୁ ଗୁରୁବାର ଗିରଫ କରିଛି ଭିଜିଲାନ୍ସ ବିଭାଗ। ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ସ୍ବାଇଁଙ୍କ ନାମରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ଚଢ଼ାଉ କରିଥିଲା ଭିଜିଲାନ୍ସ।

ପ୍ରସନ୍ନଙ୍କ ସମ୍ପର୍କୀୟଙ୍କ ଘର ଏବଂ ଭଞ୍ଜନଗର କାର୍ଯ୍ୟାଳୟ ସମେତ ୯ଟି ସ୍ଥାନରେ ଚଢ଼ାଉ ହୋଇଥିଲା। ଭଞ୍ଜନଗରରେ ୭ଟି ସ୍ଥାନ, ବ୍ରହ୍ମପୁର ତୁଳସୀନଗରସ୍ଥିତ ବାସଭବନ ଏବଂ ବେଲଗୁଣ୍ଠା ବ୍ଲକ ଲୁଦଲୁଦି ଘରେ ଚଢାଉ ହୋଇଥିଲା। ଭିଜିଲାନ୍ସ ଟିମ୍‌ ସ୍ବାଇଁ ଏବଂ ତାଙ୍କ ସମ୍ପର୍କୀୟଙ୍କ ନାମରେ ଥିବା ୬ଟି କୋଠା, ୫ଟି ପ୍ଲଟ ଠାବ କରିଥିଲା। ବ୍ରହ୍ମପୁରସ୍ଥିତ ଘରର ମୂଲ୍ୟ ୨ କୋଟି ୪୦ ଲକ୍ଷ ଏବଂ ଭଞ୍ଜନଗର ବାଗ୍‌ଦେବୀ ରୋଡ୍‌ରେ ଥିବା ଘରର ମୂଲ୍ୟ ୨ କୋଟି ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି।

ସେହିପରି ବିଭିନ୍ନ ବ୍ୟାଙ୍କ, ବୀମା କମ୍ପାନୀ ଓ ଡାକ ବିଭାଗରେ ୨୩ ଲକ୍ଷ ୯୪ ହଜାର ୩୭୦ ଟଙ୍କାର ଜମା ଏବଂ ୨୦୦ ଗ୍ରାମ ସୁନା ଅଳଙ୍କାର, ୨ଟି ବାଇକ, ୫ ଲକ୍ଷ ୬୩ ହଜାର ଟଙ୍କାର ଘର ଉପକରଣ ଠାବ କରାଯାଇଛି। ଏତେ ପରିମାଣର ସମ୍ପତ୍ତି ଠାବ ହେବା ପରେ ସହକାରୀ ଯନ୍ତ୍ରୀ ସ୍ବାଇଁଙ୍କୁ ଅଧିକ ତଦନ୍ତ ପାଇଁ ସନ୍ଧ୍ୟାରେ ବ୍ରହ୍ମପୁର ଭିଜିଲାନ୍ସ ଏସ୍‌ପିଙ୍କ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ଆଜି ତାଙ୍କୁ ଗିରଫ କରାଯାଇଛି। ଗତକାଲିର ଏହି ଚଢ଼ାଉରେ ୭ ଜଣ ଡିଏସ୍‌ପି, ୫ ଜଣ ଇନ୍ସପେକ୍ଟର ସାମିଲ ଥିଲେ।
ସୂଚନାଯୋଗ୍ୟ, ସହକାରୀ ଯନ୍ତ୍ରୀ ସ୍ବାଇଁଙ୍କ ଘର ବେଲଗୁଣ୍ଠା ବ୍ଲକ ଲୁଦୁଲୁଦି ଗ୍ରାମରେ। ସେ ଭଞ୍ଜନଗର ଜଳସେଚନ ଉପଖଣ୍ଡ କାର୍ଯ୍ୟାଳୟରେ ୧୪ ବର୍ଷ ହେବ କାର୍ଯ୍ୟରତ ଅଛନ୍ତି। ୨୦୧୮ ନଭେମ୍ବରରେ ସେ କନିଷ୍ଠ ଯନ୍ତ୍ରୀରୁ ପଦୋନ୍ନତି ପାଇ ସହକାରୀ ଯନ୍ତ୍ରୀ ହୋଇଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+