Get Updates
Get notified of breaking news, exclusive insights, and must-see stories!

ଯୋଗାଣ ମନ୍ତ୍ରୀଙ୍କ ସରକାରୀ ବାସଭବନରେ ସହାୟକଙ୍କ ମୃତ୍ୟୁ

ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଘରୁ ସହାୟକଙ୍କ ମୃତଦେହ ଉଦ୍ଧାର । ମୃତକ ହେଲେ ବଲାଙ୍ଗୀର ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଶଙ୍କର୍ଷଣ ନାଗ । ତେବେ ତାଙ୍କର କିଭଳି ଓ କେଉଁ କାରଣରୁ ମୃତ୍ୟୁ ଘଟିଲା ତାହା ସନ୍ଦେହ ଘେରରେ ରହିଛି । ବିଦ୍ୟୁତ୍‌ ଆଘାତରେ ଶଙ୍କର୍ଷଣଙ୍କ ମୃତ୍ୟୁ ଘଟିଥିବା କୁହାଯାଉଥିବା ବେଳେ ପ୍ରକୃତ କାରଣ ଏବେ ବି ଅସ୍ପଷ୍ଟ ରହିଛି । ଏନେଇ କ୍ୟାପିଟାଲ୍‌ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି । ସୂଚନା ମୁତାବକ, ଶଙ୍କର୍ଷଣ କିଛିଦିନ ହେବ ଯୋଗାଣ ମନ୍ତ୍ରୀଙ୍କ ସହାୟକ ଭାବେ କାର୍ଯ୍ୟ କରୁଥିଲେ ।

krushna patra

ସେ ମନ୍ତ୍ରୀଙ୍କ ପରିବାର ସହ ରହି ଆସୁଥିଲେ । ଗୁରୁବାର ସକାଳୁ କାମ କରିବା ପାଇଁ ସେ ଏକ ପ୍ରକୋଷ୍ଠକୁ ଯାଇଥିଲେ । ଦିନ ପାଖାପାଖି ୯ଟା ସମୟରେ ଅନ୍ୟ କର୍ମଚାରୀ ସେହି ପ୍ରକୋଷ୍ଠକୁ ଯିବା ବେଳକୁ ଶଙ୍କର୍ଷଣ ସଜ୍ଞାହୀନ ଅବସ୍ଥାରେ ତଳେ ପଡ଼ିରହିଥିବା ଦେଖିବାକୁ ପାଇଥିଲେ । ତାଙ୍କୁ ଏଭଳି ଅବସ୍ଥାରେ ଦେଖି ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ୍‌ ହସ୍ପିଟାଲ୍‌ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ କ୍ୟାପିଟାଲ୍‌ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+