ଚାଲିପାରୁନି ବିଧାନସଭା, ଦିନ ୧ଟା ଯାଏଁ ଗୃହ ମୁଲତବି
ପୁଣି ଗୃହ ମୁଲତବି। ଦିନ ୧ଟା ଯାଏଁ ଗୃହ ମୁଲତବି ରଖିଲେ ବାଚସ୍ପତି। ଆଜି ବି ଚାଲିପାରୁନି ବିଧାନସଭା ବଜେଟ ଅଧିବେସନ। ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ଦେଖାଦେଲା ହଟ୍ଟଗୋଳ। ଗୃହ ମଧ୍ୟ ଭାଗରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଓ ନାରାବାଜି।
ମେଡିକାଲରେ ରୋଗୀଙ୍କ ସୁରକ୍ଷା ପ୍ରସଙ୍ଗ ଉଠାଇ ହୋହଲ୍ଲା କରିଛନ୍ତି ଉଭୟ କଂଗ୍ରେସ ଓ ବିଜେଡି ବିଧାୟକ। ସ୍ବାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି। ପ୍ରବଳ ହଟ୍ଟଗୋଳରୁ ସାଢ଼େ ୧୧ ଯାଏଁ ଗୃହକୁ ମୁଲତବି ରଖିଥିଲେ ବାଚସ୍ପତି। ଏବେ ପୁଣି ଦିନ ୧ଟା ଯାଏଁ ଗୃହ ମୁଲତବି ରଖାଯାଇଛି।













Click it and Unblock the Notifications