ବିଧାନସଭା ଘେରାଉ ମାମଲା; ପିସିସି ସଭାପତିଙ୍କ ସହ ବହୁ କଂଗ୍ରେସ ନେତାଙ୍କ ନାଁରେ ମାମଲା

୫ ହଜାର କଂଗ୍ରେସ କର୍ମୀଙ୍କ ନାଁରେ ମାମଲା ରୁଜୁ ହେଲା । ଦଙ୍ଗା ଭିଆଇବା, ଆଇନକୁ ହାତକୁ ନେବା ଭଳି ୧୦ ସଙ୍ଗୀନ ଦଫାରେ ମାମଲା ରୁଜୁ କରିଛି କମିଶନରେଟ ପୁଲିସ । ଗତ ୧୭ ତାରିଖରେ କଂଗ୍ରେସ ବିଧାନସଭା ଘେରାଉ କରିଥିଲେ କଂଗ୍ରେସ କର୍ମୀ ଓ ନେତା । ବିକ୍ଷୋଭ ସମୟରେ ପୁଲିସ ଓ କଂଗ୍ରେସ କର୍ମୀ ମୁହାଁମୁହିଁ ହୋଇଥିଲେ । ଏଥିରେ ଏକାଧିକ ପୋଲିସ କର୍ମଚାରୀ ଓ କଂଗ୍ରେସ କର୍ମୀ ଆହତ ହୋଇଥିଲେ । ଏହି ମାମଲାରେ କ୍ୟାପିଟାଲ୍‌ ଥାନା ପୋଲିସ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସମତେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ବିଧାୟକ ତାରା ପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନାଙ୍କ ସମେତ ୫ହଜାରରୁ ଊର୍ଦ୍ଧ୍ବ ନେତା ଓ କର୍ମୀଙ୍କ ନାମରେ ମାମଲା ରୁଜୁ ହୋଇଛି । ଏହି ମାମଲାରେ ପୋଲିସ ଏପର୍ଯ୍ୟନ୍ତ ମାତ୍ର ୪ଜଣଙ୍କୁ ଗିରଫ କରିଛି । ଆଇନ ଶୃଙ୍ଖଳା ଦ୍ୱାହିରେ ରାଜନୈତିକ ଅସହିଷ୍ଣୁତାର ଏଭଳି ବିରଳ ଘଟଣା ପରିଲକ୍ଷିତ ହୋଇଛି ।

congress

ଗତ ମାର୍ଚ୍ଚ ୨୭ରେ ରାଜଧାନୀରେ କଂଗ୍ରେସ ରଣହୁଙ୍କାର ଦେଇଥିଲା । ବିଧାନସଭା ଘେରିବାକୁ ବିଶାଳ ପଦଯାତ୍ରା ପରେ ଲୋୟର ପିଏମ୍‌ଜିରେ ଉତ୍ତେଜନା ଦେଖା ଦେଇଥିଲା । ପୋଲିସ ସହ କଂଗ୍ରେସ କର୍ମଙ୍କ ଧସ୍ତାଧସ୍ତି ପରେ ସୁରକ୍ଷାକର୍ମୀଙ୍କୁ ଲାଠି ଚାର୍ଜ କରିବାକ ପଡ଼ିଥିଲା । ରଣକ୍ଷେତ୍ର ପାଲଟି ଯାଇଥିଲା ଧାରଣାସ୍ଥଳ । ଢେଲା, ପଥର ସହ ପ୍ଲାଷ୍ଟିକ୍ ଚେୟାର ଓ ଅଣ୍ଡା ଫୋପାଡିଥିଲେ କଂଗ୍ରେସ କର୍ମୀ । ଆନ୍ଦୋଳନ ନିୟନ୍ତ୍ରଣ ପାଇଁ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା ପୋଲିସ । କିନ୍ତୁ ଏହି ଆନ୍ଦୋଳନ ଦ୍ୱାରା ପ୍ରଭାବିତ ହୋଇଥିଲେ ସାଧାରଣ ଜନତା । କମିଶନରେଟ୍‌ ପୁଲିସ ଅଫିସ ଆଗରେ ଚେକିଂକୁ କଡ଼ାକଡ଼ି କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+