ସୁରୁଖୁରୁରେ ଚାଲିଛି ବିଧାନସଭା, ବିଧାୟକଙ୍କ ପ୍ରଶ୍ନର ଉତ୍ତର ଦେଉଛନ୍ତି ମନ୍ତ୍ରୀ

ସୁରୁଖୁରୁରେ ଚାଲିଛି ବିଧାନସଭା ଅଧିବେଶନ । ଆଜି ବିଧାନସଭାର ସପ୍ତମ ଦିନ । ରାଜ୍ୟର ବିଭିନ୍ନ ଜିଲ୍ଲାରେ କୃଷି ବ୍ୟବସ୍ଥାର ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ବିଧାୟକ ପ୍ରଶ୍ନ କରୁଥିବାବେଳେ ଏହାର ଉତ୍ତର ରଖୁଛନ୍ତି ଉପମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କେଭି ସିଂଦେଓ ।

ବାଲେଶ୍ୱରର ଆଖୁ, ଧାନ ଚାଷ ପାଇଁ ପ୍ରକୃଷ୍ଟ ଥିବାବେଳେ ଚାଷୀ ପଶ୍ଚିମବଙ୍ଗରୁ ବିହନ ଆଣୁଛନ୍ତି । ଫସଲ ଅମଳ ପରେ ଏହାକୁ ସେହି ରାଜ୍ୟର ବ୍ୟବସାୟୀମାନେ ହିଁ କିଣି ନେଉଛନ୍ତି । ଏଥିରେ ଆମ ରାଜ୍ୟର ଚାଷୀ ଲାଭବାନ ହେଉନାହାଁନ୍ତି । ବିଶେଷ କରି ରାଜ୍ୟର ଧାନ ଓ ଆଖୁ ଚାଷୀ ଉଚିତ ମାତ୍ରାରେ ଉପକୃତ ହେଉନାହାଁନ୍ତି ।

ଏହାର ଉତ୍ତରରେ କୃଷିମନ୍ତ୍ରୀ ଆମ ରାଜ୍ୟରେ ଥିବା ଚିନି କଳର ସ୍ଥିତି କଥା ବଖାଣିଛନ୍ତି । କହିଛନ୍ତି ଆମ ରାଜ୍ୟରେ ମୋଟ ୬ଟି ଚିନିକଳ ଥିଲେ ବି ଏଥିରେ ମାତ୍ର ୨ଟି ଚାଲିଛି ଆଉ ସବୁ ବନ୍ଦ ହୋଇଯାଇଛି । କିନ୍ତୁ ସେ ସମୟରେ ଥିବା ବିଜେଡି ସରକାର ଏହାକୁ ପୁନଃପରିଚାଳନା କରିବାକୁ କୌଣସି ପଦକ୍ଷେପ ନେଇନଥିବା କହିଛନ୍ତି କୃଷିମନ୍ତ୍ରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+