ସରକାରୀ ବିଜ୍ଞାପନ ବାବଦକୁ ଗଣମାଧ୍ୟମକୁ ମିଳିଛି ୧୪୦ କୋଟି
ସରକାରୀ ଯୋଜନାର ପ୍ରଚାର ପାଇଁ ବିଜ୍ଞାପନରେ ୧୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର ରଖିଛନ୍ତି ।

ଭୁବନେଶ୍ବର: ସରକାରୀ ଯୋଜନାର ପ୍ରଚାର ପାଇଁ ବିଜ୍ଞାପନରେ ୧୪୦ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ବିଧାନସଭାରେ ବିଧାୟକ ତାରା ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ମନ୍ତ୍ରୀ ପ୍ରଦୀପ ଅମାତ ଉତ୍ତର ରଖିଛନ୍ତି ।
ମନ୍ତ୍ରୀ କହିଛନ୍ତି, ବିଭିନ୍ନ ସରକାରୀ ଯୋଜନାର ବହୁଳ ପ୍ରଚାର ପ୍ରସାର ନିମନ୍ତେ ରାଜ୍ୟ ସରକାର ଗତ ୫ ବର୍ଷ ମଧ୍ୟରେ ୧୪୦ କୋଟି ୬୦ ଲକ୍ଷ ୬୯ ହଜାର ୧୫୯ ଟଙ୍କା ଖର୍ଚ୍ଚ କରିଛନ୍ତି । ଆଉ ଏଥିମଧ୍ୟରୁ ପ୍ରିଣ୍ଟ ଗଣମାଧ୍ୟମ ଓ ଇଲେକ୍ଟ୍ରେନିକ ଗଣମାଧ୍ୟମ ବାବଦରେ ଯଥାକ୍ରମେ ୧୧୭ କୋଟି ୯ ଲକ୍ଷ ୧୭ ହଜାର ୩୬୮ ଟଙ୍କା ଏବଂ ୨୩ କୋଟି ୫୧ ଲକ୍ଷ ୫୧ ହଜାର ୭୯୧ ଟଙ୍କା ଖର୍ଚ୍ଚ କରାଯାଇଛି ।
ସେପଟେ ରାଜ୍ୟରେ କେତେ ୱେବ ମିଡିଆ ରହିଛି ? ଏହାର ଉତ୍ତର ବିଭାଗୀୟ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି ଯେ, ୱେବ ପୋର୍ଟାଲ ଗୁଡ଼ିକୁ ବିଜ୍ଞାପନ ପ୍ରଦାନ କରିବା ଉଦ୍ଦେଶ୍ୟରେ ଏକ ତାଲିକା ପ୍ରସ୍ତୁତ ପାଇଁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ବିଭିନ୍ନ ୱେବ ମିଡିଆ ପଲିସି ୨୦୨୦ କାର୍ଯ୍ୟକାରୀ କରାାଇଛି । ଏହି ନୀତି ଅନୁସାରେ ୱେବ ମିଡ଼ିଆ ସଂସ୍ଥା ଗୁଡିକର ପଞ୍ଜୀକରଣ କରିବାର ବ୍ୟବସ୍ଥା ରହିଛି ।
ଏବେ ସୁଦ୍ଧା ପ୍ରଥମ ପର୍ଯ୍ୟାୟରେ ୮୪ ଗୋଟି ସଂସ୍ଥା ଆବେଦନ କରିଥିଲେ ଏବଂ ସେମାନଙ୍କ ମଧ୍ୟରୁ ୪୮ ଗୋଟି ସଂସ୍ଥାର ପଞ୍ଜୀକରଣ ଜୁନ୍-୨୦୨୦ ସୁଦ୍ଧା କରାଯାଇଥିଲା । ଏବେ ୫୮ଟି ସଂସ୍ଥା ପଞ୍ଜୀକରଣ ନିମନ୍ତେ ଆବେଦନ କରିଛନ୍ତି। ସେମାନଙ୍କ ଆବେଦନ ବିଚାରଧୀନ ରହିଛି। ୱେବ ମିଡ଼ିଆ ପଲିସିର ସର୍ତ୍ତାବଳୀ ଅନୁସାରେ ପଞ୍ଜୀକରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।












Click it and Unblock the Notifications