ବିଧାନସଭା ବଜେଟ ଅଧିବେଶନ: ଗୃହ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି

ବିଧାନସଭା ବଜେଟ ଅଧିବେଶନର ତୃତୀୟ ଦିନ । ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବି । ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବି ରଖିଲେ ବାଚସ୍ପତି ।

ଆରମ୍ଭରୁ ବିଧାନସଭାରେ ହଟ୍ଟଗୋଳ ଦେଖିବାକୁ ମିଳିଛି । ବଜେଟ ଅଧିବେଶନର ତୃତୀୟ ଦିନରେ ବି ଗୃହ ଚାଲିପାରିନି । ବୁଧବାର ହଟ୍ଟଗୋଳ, ହୋହଲ୍ଲା ଯୋଗୁଁ ଗୃହ ବାରମ୍ବାର ମୁଲତବୀ ହୋଇଛି । ଗୋଟିଏ ମିନିଟ ବି ପ୍ରଶ୍ନକାଳ ଚାଲିପାରିନି। ଏଥିପାଇଁ ବାଚସ୍ପତି ଗୃହକୁ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖିଛନ୍ତି । ପୂର୍ବରୁ ଗୃହ ଆରମ୍ଭରୁ ହୋହଲ୍ଲା ହେବା ଯୋଗୁଁ ଗୃହକୁ ସାଢେ ୧୧ଟା ପର୍ଯ୍ୟନ୍ତ ମୁଲତବୀ ରଖିଥିଲେ ବାଚସ୍ପତି ।

Assembly budget session

ଆଜି ତୃତୀୟ ଦିନ ଅଧିବେଶନ ଆରମ୍ଭ ହେବା ମାତ୍ରେ ବିଜେପି ସଦସ୍ୟ ଗୃହ ଭିତରେ ଉଷୁନା ଚାଉଳ ପ୍ରସଙ୍ଗରେ ହଟ୍ଟଗୋଳ କରିଥିଲେ ।

ସେହିପରି ପରୀ ପ୍ରସଙ୍ଗରେ ଧର୍ମେନ୍ଦ୍ର ପ୍ରଧାନ ଓ ମୋହନ ମାଝୀଙ୍କ କ୍ଷମା ପ୍ରାର୍ଥନା ଦାବି କରି ନିଜ ଆସନରେ ଛିଡା ହୋଇ ବିଜେଡି ବିଧାୟକ ପ୍ରତିବାଦ କରିଥିଲେ । ଫଳରେ ପ୍ରଶ୍ନକାଳ ଚାଲିପାରିନଥିଲା । ପ୍ରବଳ ହୋ ହଲ୍ଲା ପାଇଁ ଗୃହକାର୍ଯ୍ୟକୁ ପ୍ରଥମେ ଦିନ 11.30 ଯାଏଁ ମୁଲତବୀ କରିଥିଲେ ବାଚସ୍ପତି ।

ମୁଲତବୀ ପରେ ଗୃହକାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ପୁଣିଥରେ ହଟ୍ଟଗୋଳ କାରଣରୁ ଦିନ 12 ଟା 30 ଯାଏଁ ଗୃହକୁ ମୁଲତବୀ ରଖିଥିଲେ ବାଚସ୍ପତି । ଆଉ ଏବେ ଅପରାହ୍ନ ୪ ଟା ଯାଏଁ ଗୃହ ମୁଲତବୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+