ଆଜି ୨ ଦୁନିଆ ଓଡ଼ିଶା ଗସ୍ତରେ ଆସିବେ ହିମନ୍ତ ବିଶ୍ୱଶର୍ମା, ୮ଟି ସ୍ଥାନରେ କରିବେ ପ୍ରଚାର
Assam Chif Minister Himanta Biswa Sarma: ଜୁନ୍ ୧ ତାରିଖରେ ରାଜ୍ୟରେ ଶେଷ ପର୍ଯ୍ୟାୟ ଭୋଟିଂ । ଏହା ପୂର୍ବରୁ ପୁଣି ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ସୂଚନା ଅନୁସାରେ ୨ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ । ସୋମବାର ସେ ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଏବଂ କାକଟପୁରରେ ପ୍ରଚାର କରିବେ ।

ସେହିପରି ଆସନ୍ତାକାଲି ଆସାମ ମୁଖ୍ୟମନ୍ତ୍ରୀ ରାଇରଙ୍ଗପୁର, ମୋରଡ଼ା, ସୋର ଏବଂ ଜଗତସିଂହପୁରରେ ନିର୍ବାଚନୀ ମୈଦାନକୁ ଉଲ୍ଲାହିବେ । ଏହି ସମୟରେ ସେ ବିଶାଳ ଜନସଭାରେ ଯୋଗ ଦେବେ । ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ବାସୁଦେବପୁର ବାହାନଗାଠାରେ ଅନୁଷ୍ଠିତ ଏକ ରୋଡ଼ ଶୋ'ରେ ଯୋଗ ଦେବେ । ପରେ କେନ୍ଦ୍ରପଡ଼ା ଓ ଭଦ୍ରକରେ ମଧ୍ୟ ଆଶ୍ୱିନୀ ବୈଷ୍ଣବ ଏକ ସଭାରେ ଯୋଗ ଦେବେ ।












Click it and Unblock the Notifications