ସ୍ୱଚ୍ଛତାର ସହ ହୋଇଛି ASO ପରୀକ୍ଷା: ପରୀକ୍ଷାରେ ଦୁର୍ନୀତି ହୋଇନଥିବା ନେଇ ସ୍ପଷ୍ଟ କଲେ ଓପିଏଏସି ଅଧ୍ୟକ୍ଷ
ASO ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ଓପିଏଏସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏଏସଓ ପରୀକ୍ଷା ସ୍ୱଚ୍ଛ ଭାବେ ହୋଇଛି । ବ୍ୟାପକ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କଲେ ସତ୍ୟଜିତ ମହାନ୍ତି ।
ଭୁବନେଶ୍ୱର: ASO ପରୀକ୍ଷାରେ ଅନିୟମିତତା ଅଭିଯୋଗ ପରେ ପ୍ରତିକ୍ରିୟା ରଖିଲେ ଓପିଏଏସି ଅଧ୍ୟକ୍ଷ ସତ୍ୟଜିତ ମହାନ୍ତି । ଏଏସଓ ପରୀକ୍ଷା ସ୍ୱଚ୍ଛ ଭାବେ ହୋଇଛି । ବ୍ୟାପକ ଦୁର୍ନୀତି ଅଭିଯୋଗକୁ ଖଣ୍ଡନ କଲେ ସତ୍ୟଜିତ ମହାନ୍ତି । ହାଇକୋର୍ଟଙ୍କ ନିର୍ଦ୍ଦେଶରେ ୨୦୧୬ ନିୟମ ଅନୁସାରେ ଚୂଡାନ୍ତ ଫଳାଫଳ ପ୍ରକାଶ ପାଇବା ପରେ ମାର୍କ ଲିଷ୍ଟ ଓ ଆନସର କି' କରାଯିବ ଅପଲୋଡ । ଏପରିକି ଏଏସଓ ପରୀକ୍ଷାକୁ ନେଇ ଯାହା ବି ଅଭିଯୋଗ ରହିଛି ତାହ ଉପରେ ପଦକ୍ଷେପ ନେବୁ ବୋଲି ସତ୍ୟଜିତ୍ କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ୭୯୦ ପଦବୀ ପାଇଁ ପରୀକ୍ଷା ହୋଇଥିଲା । ସ୍କିଲ୍ ଟେଷ୍ଟ ପାଇଁ ୧୨ ଶହ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଥିଲେ ।ଚୟନ ପ୍ରକ୍ରିୟାରେ କୌଣସି ତ୍ରୁଟି ହୋଇନାହିଁ । ୪୩୩ କେନ୍ଦ୍ରରେ ପରୀକ୍ଷା ହୋଇଥିଲା । ନଭେମ୍ବର ସୁଦ୍ଧା ୧୫୪୫ ପ୍ରାର୍ଥୀ ଚୟନ ହୋଇଛନ୍ତି । ୨୫୫୦ ପ୍ରାର୍ଥୀଙ୍କ ଚୟନ ପ୍ରକ୍ରିୟା ଚାଲିଛି । ଓଡିଶା ସିଭିଲ୍ ସର୍ଭିସ ପାଇଁ ୩୯୨ ଜଣ, ଆସିଷ୍ଟାଣ୍ଟ ପ୍ରଫେସର (ଅଧ୍ୟାପକ) ପଦ ପାଇଁ ୪୪୫ ଜଣ ରହିଛନ୍ତି । ପ୍ରତ୍ୟେକ ପରୀକ୍ଷାର୍ଥୀ ଆପତ୍ତି ଅଭିଯୋଗ କରିପାରେବ । କିନ୍ତୁ ଗୁଜବ ଉପରେ ବିଶ୍ୱାସ କରନ୍ତୁ ନାହିଁ । ସମସ୍ତ ପରୀକ୍ଷା ଏବଂ ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ରହୁଛି ।
ଚଳିତ ପରୀକ୍ଷାରେ ବିଭିନ୍ନ ବର୍ଗ ପାଇଁ ସର୍ବନିମ୍ନ ଯୋଗ୍ୟତା ମାର୍କ ରଖିଥିଲୁ । ସାଧାରଣ ବର୍ଗ ପାଇଁ ୪୦% ଓ SEBC/SC/ST ଙ୍କ ପାଇଁ ୩୦% ରଖିଥିଲୁ ବୋଲି କହିଛନ୍ତି ସତ୍ୟଜିତ ମହାନ୍ତି ।












Click it and Unblock the Notifications