WODC ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ଅସିତ୍ ତ୍ରିପାଠୀ
ଭୁବନେଶ୍ଵର : ପଶ୍ଚିମ ଓଡିଶା ବିକାଶ ପରିଷଦ(WODC)ର ଅଧ୍ଯକ୍ଷ ପଦରୁ ଅସିତ ତ୍ରିପାଠୀଙ୍କ ଇସ୍ତଫା । ଇସ୍ତଫା ନେଇ P&C ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।ବିଜ୍ଞପ୍ତି ଅନୁସାରେ, ପଶ୍ଚିମଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀଙ୍କ ଇସ୍ତଫାକୁ ଆଜି ଅପରାହ୍ନରୁ ରାଜ୍ୟ ସରକାର ଗ୍ରହଣ କରିଛନ୍ତି ।

ସେ ୨୦୨୦ ମସିହାରୁ ଏହି ଦାୟିତ୍ୱରେ ଥିଲେ। ହେଲେ ନୂଆ ସରକାର ଗଠନ ହେବା ପରେ ଅସିତ ତ୍ରିପାଠୀଙ୍କ ଇସ୍ତଫାକୁ ନେଇ ଚର୍ଚ୍ଚା ହେଉଥିଲା। ଏହାସହ ପୂର୍ବରୁ ଥିବା ନିଗମ ବା ବୋର୍ଡରୁ ଅନେକ ଅଧ୍ୟକ୍ଷ ସ୍ୱଇଚ୍ଛାରେ ଇସ୍ତଫା ଦେଇଥିବା ବେଳେ କିଛି ଅଧ୍ୟକ୍ଷଙ୍କୁ ବିଦା କରାଯାଇଥିଲା। ହେଲେ ସବୁଠାରୁ ଅଧିକ ଚର୍ଚ୍ଚା ଅସିତ ତ୍ରିପାଠୀଙ୍କୁ ନେଇ ଚାଲିଥିଲା।












Click it and Unblock the Notifications