Get Updates
Get notified of breaking news, exclusive insights, and must-see stories!

ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ । ଭାରତୀୟ ହକି ଟିମର ଷ୍ଟାର ଖେଳାଳି ଦୀପଗ୍ରେସ ଏକ୍କାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏସିଆନ ଗେମ୍ସରେ ଜାପାନକୁ ହରାଇ ବ୍ରୋଞ୍ଜ ପଦକ ଜିତିଥିବା ଭାରତୀୟ ମହିଳା ହକି ଟିମର ସଦସ୍ୟା ଥିଲେ ଦୀପଗ୍ରେସ ଏକ୍କା ।

ଏହା ସହ ଟିମର ସମସ୍ତ ଖେଳାଳି ଓ ଷ୍ଟାଫ ମେମ୍ବରଙ୍କ ପାଇଁ ୩ ଲକ୍ଷ ଲେଖାଏଁର ପୁରସ୍କାର ରାଶି ଘୋଷଣା କରିଛନ୍ତି ନବୀନ । ଗତକାଲି ଭାରତୀୟ ମହିଳା ହକି ଦଳ ଜାପାନକୁ ୨-୧ରେ ହରାଇ ଏସିଆନ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିବାକୁ ସକ୍ଷମ ହୋଇଥିଲା। ।

ମୁଖ୍ୟମନ୍ତ୍ରୀ ଦୀପଗ୍ରେସଙ୍କୁ ଶୁଭେଚ୍ଛା ଜଣାଇବା ସହ ତାଙ୍କୁ ପ୍ରଶଂସା କରିଛନ୍ତି । ଦେଶ ପାଇଁ ଖେଳିବାକୁ ଚାହୁଁଥିବା ଯୁବ ଖେଳାଳିଙ୍କ ପାଇଁ ଦୀପଗ୍ରେସ ଆଶା ଓ ଗର୍ବର ପ୍ରତୀକ ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

deepgrace

ଏସିଆନ ଗେମ୍ସରେ ଭାରତୀୟ ମହିଳା ହକି ଟିମ ସେମିରେ ଚାଇନା ଠାରୁ ହାରିଥିଲା। ପରେ ଟିମକୁ ବ୍ରୋଞ୍ଜ ପଦକ ପାଇଁ ଜାପାନ ସହ ଲଢ଼େଇ କରିବାକୁ ପଡ଼ିଥିଲା। ଭାରତ, ଜାପାନକୁ ୨-୧ରେ ହରାଇ ବ୍ରୋଞ୍ଜ ପଦକ ଜିତିଥିଲା ।

ଏହା ପୂର୍ବରୁ ଏସିଆନ ଗେମ୍ସରେ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ହକି ଦଳର ସଦସ୍ୟ ଓ ଷ୍ଟାଫଙ୍କ ପାଇଁ ୫ ଲକ୍ଷ ଲେଖାଏଁ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ହକିରେ ୫-୧ରେ ଜାପାନକୁ ହରାଇ ସ୍ଵର୍ଣ୍ଣ ଜିତିଥିଲା ଭାରତ । ଏସିଆନ୍ ଗେମ୍ସରେ ପୁରୁଷ ହକିରେ ସ୍ୱର୍ଣ୍ଣ ପଦକ ଜିତିବା ସହ ଅଲିମ୍ପିକ୍ସ ପାଇଁ ସିଧାସଳଖ ଯୋଗ୍ୟତା ଅର୍ଜନ କରିଛି ଭାରତ । ଦଳରେ ଥିବା ଓଡ଼ିଶା ଖେଳାଳି ଅମିତ ରୋହିଦାସଙ୍କ ପାଇଁ ଦେଢ଼ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ନବୀନ ।

ଜାଭଲିନରେ ରୌପ୍ୟ ପଦକ ଜିତିଥିବା ଓଡ଼ିଆ ପୁଅ କିଶୋର ଜେନାଙ୍କ ପାଇଁ ଦେଢ଼ କୋଟି ଟଙ୍କା ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ । ଓଡିଆ ପୁଣି କିଶୋର ଜେନା ଗୋଲ୍ଡେନ ବୟ ନୀରଜ ଚୋପ୍ରାଙ୍କ ସହ ଦୃଢ ପ୍ରତିଯୋଗିତା କରିଥିଲେ । ଏକ ସମୟରେ ନୀରଜ ଚୋପ୍ରା ଜେନା କିଶୋରଙ୍କଠାରୁ ପଛରେ ଥିଲେ । କିନ୍ତୁ ଏହା ପରେ ନୀରଜ ଚୋପ୍ରା ଏକ ବଡ଼ ପ୍ରତ୍ୟାବର୍ତ୍ତନ କରିଥିଲେ । ବିଶେଷ କରି ନୀରଜ ଚୋପ୍ରା ତାଙ୍କର ଚତୁର୍ଥ ପ୍ରୟାସରେ 88.88 ମିଟର ଫିଙ୍ଗିଥିଲେ । ଯେତେବେଳେ କି ୪ର୍ଥ ଥ୍ରୋରେ କିଶୋର 87.54 ମିଟର ଫିଙ୍ଗି ଥିଲେ । ତେବେ ରୌପ୍ୟ ପଦକ ସହିତ ଜେନା କିଶୋରଙ୍କୁ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+