Get Updates
Get notified of breaking news, exclusive insights, and must-see stories!

ନୂଆଦିଲ୍ଲୀ ସ୍ଥିତ ବାସଭବନରେ ଅମିତ ରୋହିଦାସଙ୍କୁ ଭେଟି ଅଭିନନ୍ଦନ ଜଣାଇଲେ ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ନିଜ ବାସଭବନରେ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରି ଭାରତକୁ ଗୌରବାନ୍ୱିତ କରିଥିବା ଭାରତୀୟ ପୁରୁଷ ହକି ଦଳର ଓଡ଼ିଆ ଖେଳାଳି ଅମିତ ରୋହିଦାସଙ୍କୁ ଭେଟି ଅଭିନନ୍ଦନ ଜଣାଇଛନ୍ତି ।

ସେ ଟ୍ୱିଟ୍ କରି କହିଛନ୍ତି ଯେ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଏହି ପ୍ରତିଭାବାନ ଯୁବ ଖେଳାଳିଙ୍କ ପ୍ରଦର୍ଶନ ବେଶ୍ ପ୍ରଶଂସନୀୟ । ତାଙ୍କର ଏହି ସଫଳତାରୁ ଅନୁପ୍ରାଣିତ ହୋଇ ଆଗାମୀ ଦିନରେ ଓଡ଼ିଶାରୁ ଅନେକ ହକି ଖେଳାଳି ସୃଷ୍ଟି ହେବେ ଏବଂ ନିଜର ପ୍ରଦର୍ଶନ ମାଧ୍ୟମରେ ଆମ ଦେଶ ଓ ରାଜ୍ୟକୁ ଗର୍ବିତ କରାଇବେ ବୋଲି ମୋର ଦୃଢ଼ ବିଶ୍ୱାସ ।

dharmendra_amit

ଏସୀୟ ଗେମ୍ସ 2023 ହକି ଖେଳରେ କମାଲ କରିଛନ୍ତି ଓଡ଼ିଆ ପୁଅ । ନିଜର ଚମତ୍କାର ପ୍ରଦର୍ଶନ ପାଇଁ ଓଡ଼ିଶାର ସୁନାପୁଅ ଅମିତ୍ ରୋହିଦାସଙ୍କୁ ଉପହାର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବାନ ପଟ୍ଟନାୟକ । ଦେଢ କୋଟି ଟଙ୍କା ପୁରସ୍କାର ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏସୀୟ କ୍ରୀଡାରେ ହକିରେ ସ୍ୱର୍ଣ୍ଣ ବିଜୟ ପରେ ଏହି ପୁରସ୍କାର ରାଶି ଘୋଷଣା କରିଛନ୍ତି । ଏସିଆନ ଗେମ୍ସରେ ଜାପାନକୁ 5-1 ଗୋଲରେ ହରାଇ ଗୋଲ୍ଡ ମେଡାଲ ହାତେଇଛି ପୁରୁଷ ହକି ଟିମ୍ । ଜାପାନକୁ ହରାଇ ଭାରତୀୟ ଦଳ ଇତିହାସ ରଚିବା ସହ ପ୍ୟାରିସ ଅଲିମ୍ପିକ ପାଇଁ ଯୋଗ୍ୟତା ମଧ୍ୟ ହାସଲ କରିଛି ।

ସୂଚନା ଥାଉକି, ଏସିଆନ ଗେମ୍ସରେ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମଙ୍କ ଲାଗି ମୁଖ୍ୟମନ୍ତ୍ରୀ ଶୁକ୍ରବାର ପୁରସ୍କାର ଘୋଷଣା କରିଛନ୍ତି । ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ପ୍ରତି ଖୋଳାଳିଙ୍କ ଲାଗି 5 ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ଖେଳାଳିଙ୍କ ସହ ଦଳର ଅନ୍ୟ ସପୋର୍ଟ ଷ୍ଟାଫଙ୍କ ଲାଗି ମଧ୍ୟ 5 ଲକ୍ଷ ଟଙ୍କା ଲେଖାଏଁ ପ୍ରୋତ୍ସାହନ ଅର୍ଥ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦକ ବିତରଣ ପରେ ମୁଖ୍ୟମନ୍ତ୍ରୀ ଟିମ ଇଣ୍ଡିଆ ସଦସ୍ୟଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ । ଏହି ଅବସରରେ ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଥିଲେ

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+