Get Updates
Get notified of breaking news, exclusive insights, and must-see stories!

ସ୍ୱର୍ଣ୍ଣ ଜିତିଥିବା ହକି ଟିମର ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଲେଖାଏଁ ଦେବାକୁ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏସୀୟ ସ୍ୱର୍ଣ୍ଣ ଜିତିଥିବା ଭାରତୀୟ ହକି ଟିମ୍‌ ପାଇଁ ପୁରସ୍କାର ଘୋଷଣା । ପୁରସ୍କାର ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପ୍ରତି ଖେଳାଳିଙ୍କୁ ୫ ଲକ୍ଷ ଟଙ୍କା ଲେଖାଏଁ ଦେବାକୁ ଘୋଷଣା । ସବୁ ସପୋର୍ଟ ଷ୍ଟାଫ୍‌ଙ୍କୁ ମଧ୍ୟ ୫ ଲକ୍ଷ ଲେଖାଏଁ ପ୍ରଦାନ କରାଯିବ । ଚାରିଆଡୁ ହକି ଟିମକୁ ଶୁଭେଚ୍ଛା ମିଳୁଛି ।

ପଦକ ବିତରଣ ପରେ ମୁଖ୍ୟମନ୍ତ୍ରୀ ନିଜେ ଟିମ ଇଣ୍ଡିଆର ସଦସ୍ୟଙ୍କ ସହ ଭିଡିଓ କଲ କରି କଥା ହୋଇଥିଲେ । ଏହି ଅବସରରେ ଭାରତୀୟ ହକି ଟିମକୁ ଅଭିନନ୍ଦନ ଜଣାଇବା ସହ ଉତ୍ସାହିତ କରିଥିଲେ । ସେହିପରି କ୍ରୀଡ଼ା ସଚିବ ଭିନୀଲ କ୍ରୀଷ୍ଣା ମଧ୍ୟ ବିଜୟୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

ଏହି ବିଜୟ ଆମ ସମସ୍ତଙ୍କ ମନରେ ଅବିସ୍ମରଣୀୟ ହୋଇ ରହିବ । ପ୍ୟାରିସ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିଥିବାରୁ ମଧ୍ୟ ମୁଖ୍ୟମନ୍ତ୍ରୀ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ।

naveen_patnaik

ଭାରତ ହକିରେ ଏସିଆନ ଚମ୍ପିୟାନ । ଏସିଆନ ଗେମ୍ସ ହକିରେ ଜାପାନକୁ ପରାସ୍ତ କରିଛି ଭାରତ । ଚତୁର୍ଥ କ୍ୱାର୍ଟର ଅର୍ଥାତ ମ୍ୟାଚ ଶେଷ ସୁଦ୍ଧା ଭାରତ ୫-୧ ରେ ଜାପାନକୁ ପରାସ୍ତ କରିଛି । ଭାରତ ଶେଷ ଥର ପାଇଁ ୨୦୦୪ରେ ଇଞ୍ଚରେ ସ୍ୱର୍ଣ୍ଣ ପଦକ ଜିତିଥିଲା । ଏହି ମ୍ୟାଚ ଜିତି ଭାରତ ପ୍ୟାରିସ ଅଲିମ୍ପିକ୍ସ ଟିକେଟ ସୁନିଶ୍ଚିତ କରିଛି ।

ସ୍ଵର୍ଣ୍ଣ ଜିତିଲା ଭାରତ

ଭାରତ, ଉଜବେକିସ୍ତାନକୁ 16-0ରେ ପରାସ୍ତ କରିଥିଲା
ଭାରତ, ସିଙ୍ଗାପୁରକୁ 16-1ରେ ପରାସ୍ତ କରିଥିଲା
ଭାରତ, ଜାପାନକୁ 4-2ରେ ପରାସ୍ତ ପରାସ୍ତ କରିଥିଲା
ଭାରତ, ପାକିସ୍ତାନକୁ 10-2ରେ ପରାସ୍ତ କରିଥିଲା
ଭାରତ, ବାଂଲାଦେଶକୁ 12-0ରେ ପରାସ୍ତ କରିଥିଲା
ସେମିଫାଇନାଲରେ ଭାରତ ଦକ୍ଷିଣ କୋରିଆକୁ 5-3ରେ ପରାସ୍ତ କରିଥିଲା
ଫାଇନାଲରେ ଜାପାନକୁ ୫-୧ରେ ପରାସ୍ତ

ପ୍ରଥମ କ୍ୱାର୍ଟରରେ ଉଭୟ ଦଳ କୌଣସି ଗୋଲ ସ୍କୋର କରିପାରିନଥିଲେ। ଭାରତ ମଧ୍ୟ କିଛି ପେନାଲ୍ଟି କର୍ଣ୍ଣର ପାଇଥିଲା, କିନ୍ତୁ ଗୋଲ କରିବାରେ ବିଫଳ ହୋଇଥିଲା। ଦ୍ୱିତୀୟ କ୍ୱାର୍ଟରର 25 ମିନିଟରେ ଭାରତ ପ୍ରଥମ ଗୋଲ ସ୍କୋର କରିଥିଲା। ପୂର୍ବତନ ଅଧିନାୟକ ମନପ୍ରୀତ ସିଂ ଓଲଟା ହିଟ୍ କରି ଭାରତୀୟ ଦଳକୁ 1-0ରେ ଆଗରେ ରଖିଥିଲେ। ହାପ୍ ଟାଇମ୍ ସୁଦ୍ଧା ଭାରତ ଜାପାନଠାରୁ 1-0ରେ ଅଗ୍ରଣୀ ହାସଲ କରିଥିଲା

ତୃତୀୟ କ୍ୱାର୍ଟରର 32 ତମ ମିନିଟରେ ଅଧିନାୟକ ହରମାନପ୍ରୀତ ସିଂ ପେନାଲ୍ଟି କର୍ଣ୍ଣରରେ ଡ୍ରାଗ୍ ଫ୍ଲିକ୍ କରି ଏକ ଉତ୍ତମ ଗୋଲ୍ ସ୍କୋର କରିଥିଲେ। ଏହା ସହିତ ଭାରତର ଅଗ୍ରଣୀ ୨-୧ରେ ପରିଣତ ହୋଇଥିଲା। ଏହା ପରେ, ୩୬ ତମ ମିନିଟରେ ଅମିତ ରୋହିଦାସ ପେନାଲ୍ଟି କର୍ଣ୍ଣରରେ ଡ୍ରାଗ୍ ଫ୍ଲିକ୍ କରି ଏକ ଉତ୍କୃଷ୍ଟ ଗୋଲ୍ ସ୍କୋର କରି ଭାରତର ଅଗ୍ରଣୀକୁ 3-0ରେ ବୃଦ୍ଧି କରିଥିଲେ । ୪୮ ମିନିଟରେ ଅଭିଷେକ ଫିଲ୍ଡ ଗୋଲ ଦେଇଥିଲେ । ୫୧ ମିନିଟରେ ଜାପାନର ତନାକା ଗୋଲ ଦେଇଥିଲେ । ପରେ ଭାରତ ଏକ ଗୋଲ ଦେଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+