Get Updates
Get notified of breaking news, exclusive insights, and must-see stories!

ଏସିଆ କପ୍‌ ଫାଇନାଲ: ଆଜି ପାକିସ୍ତାନ ବନାମ ଶ୍ରୀଲଙ୍କା ମହା ମୁକାବିଲା

ରବିବାର ଏସିଆ କପ୍‍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ । ସୁପର ସଣ୍ଡେରେ ପାକିସ୍ତାନ ବନାମ ଶ୍ରୀଲଙ୍କା ମହାମୁବାଲି ।

ଦୁବାଇ: ରବିବାର ଏସିଆ କପ୍‍ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଫାଇନାଲ । ସୁପର ସଣ୍ଡେରେ ପାକିସ୍ତାନ ବନାମ ଶ୍ରୀଲଙ୍କା ମହାମୁବାଲି । ନିଜ ଦେଶରେ ଅର୍ଥନୈତିକ ଓ ରାଜନୈତିକ ସଙ୍କଟ ଏବଂ କ୍ରିକେଟ ବୋର୍ଡରେ ରାଜନୀତି ଭିତରେ ଭାରତ ଓ ପାକିସ୍ତାନ ଭଳି କ୍ରିକେଟ୍ ଶକ୍ତିକୁ ପରାସ୍ତ କରି ନୂଆ ପରିଚୟ ସୃଷ୍ଟି କରିଛି ଶ୍ରୀଲଙ୍କା । ଏସିଆ କପର ଅନ୍ତିମ ସୁପର-4 ମ୍ୟାଚରେ ପାକିସ୍ତାନକୁ ପରାସ୍ତ କରିଥିବା ଦାସୁନ ଶଣକାଙ୍କ ସିଂହଳୀ ସେନା ରବିବାର ସମାନ ପ୍ରଦର୍ଶନ କରିବାକୁ ଆଶା ବାନ୍ଧିଛି ।

Pakistan vs Sri Lanka

ବିଗତ ୪ଟି ମ୍ୟାଚ୍‌ରେ ଟସ୍ ଜିତି ସଫଳ ପଶ୍ଚାତଧାବନ କରିଥିବା ଶ୍ରୀଲଙ୍କା ମଧ୍ୟ ରବିବାର ପ୍ରଥମେ ଟସ୍ ଜିତିବା ଲକ୍ଷ୍ୟରେ ରହିବ । ବାସ୍ତବରେ ‌ଏସିଆ କପ୍‌ ଶ୍ରୀଲଙ୍କାରେ ହେବାର ଥିଲା, ସୁରକ୍ଷା ଦୃଷ୍ଟିକୋଣରୁ ଏହାକୁ ୟୁଏଇ ସ୍ଥାନାନ୍ତର କରାଯାଇଥିଲା । ଏବେ ଅନେକ ପ୍ରତିକୂଳ ପରିସ୍ଥିତିରେ ଗତି କରୁଥିବା ଶ୍ରୀଲଙ୍କାର ଯୁବ ଦଳ କିନ୍ତୁ ଆଶାଠାରୁ ଢେର ଅଧିକ ଉନ୍ନତ ପ୍ରଦର୍ଶନ ଦେଖାଇ ଏବେ ଟ୍ରଫି ଜିତିବାର ସମ୍ଭାବନା ସୃଷ୍ଟି କରିଛି ।

ପାଥୁମ ନିଶାଙ୍କା ଓ କୁଶାଲ ମେଣ୍ଡିସ୍‍ ଓପନିଂରେ ବେଶ ପ୍ରଭାବ ପକାଇଥିଲେ । ଟପ୍‍ ଅର୍ଡରରେ ଖେଳିବାକୁ ଆସୁଥିବା ଦାନୁସ୍କା ଗୁଣତିଳକ, ଭାନୁକା ରାଜପକ୍ଷ, ଶାନକା ଓ ଚାମିକା କରୁଣାରତ୍ନେ ଭଲ ରନ୍‍ କରୁଛନ୍ତି । ଯାହା ଫଳରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍‍ରେ ଜଣେ ହେଲେ ବ୍ୟାଟର ୩୫ ରନ୍‍ କରି ନଥିଲେ ମଧ୍ୟ ୧୭୦ ରନ୍‍ର ଟାର୍ଗେଟକୁ ସହଜରେ ହାସଲ କରିଥିଲା। ଏହି ମ୍ୟାଚ୍‍ରେ ସମସ୍ତ ଟପ୍‍ ଅର୍ଡର ବ୍ୟାଟରଙ୍କ ଷ୍ଟ୍ରାଇକ୍‍ ରେଟ ୧୫୦ରୁ ଅଧିକ ଥିଲା। ୱାନିନ୍ଦୁ ହାସରଙ୍ଗାଙ୍କ ସହ ମହେଶ ଥିକସାନା ଏକ ଶକ୍ତିଶାଳୀ ସ୍ପିନ ଯୋଡି କରିଛନ୍ତି। ମୁଖ୍ୟ ବୋଲର ଦୁଷ୍ମନ୍ତ ଚାମୀରାଙ୍କ ବଦଳରେ ଦିଲସାନ ମଧୁଶଙ୍କା ପେସ୍‍ ବୋଲରଙ୍କ ନେତୃତ୍ୱ ନେଉଛନ୍ତି। ୬ମାସ ପୂର୍ବେ ଭାରତ ସହ ଖେଳିଥିବା ଶ୍ରୀଲଙ୍କା ଦଳରେ ବିଶେଷ କିଛି ପରିବର୍ତ୍ତନ ହୋଇନାହିଁ। କିନ୍ତୁ ସେମାନଙ୍କ ଚିନ୍ତାଧାରା ଓ ଖେଳରେ ବଡ଼ ପରିବର୍ତ୍ତନ ହୋଇଛି। ସେମାନେ ଏଠାରେ ଖେଳିଥିବା ୫ଟି ମ୍ୟାଚ୍‍ରେ ୨୮ଟି ଛକା ଓ ୬୨ଟି ଚୌକା ମାରିଛନ୍ତି। ଏହା ହିଁ ଶ୍ରୀଲଙ୍କାର ପରିବର୍ତ୍ତନ (ଆକ୍ରମଣାତ୍ମକ ଖେଳ)କୁ ସୂଚାଇଥାଏ।

ସେପଟେ ସୁପର୍‌-୪ରେ ସୁପର୍‌ ପ୍ରଦର୍ଶନ କରିଥିବା ଶ୍ରୀଲଙ୍କା ଦଳକୁ ନେଇ ମଧ୍ୟ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଚିନ୍ତାରେ ପଡିଛି । ଦୁବାଇରେ ଖେଳାଯିବାକୁ ଥିବା ଫାଇନାଲରେ ପାକିସ୍ତାନକୁ ଟ୍ରଫି ବିଜୟ ପାଇଁ ମହମ୍ମଦ ରିଜୱାନ, ମହମ୍ମଦ ନୱାଜ ଓ ନସିମ୍ ସାହାଙ୍କ ଭଳି ଖେଳାଳିଙ୍କୁ ପୁଣି ଦମ୍‌ ଦେଖାଇବାକୁ ହେବ। ୨୦୧୪ରେ ଏହି ଫର୍ମାଟ (ଟ୍ବେଣ୍ଟି-୨୦)ରେ ଏସିଆ କପ୍‌ ଓ ବିଶ୍ବ ବିଜେତା ହୋଇଥିବା ଶ୍ରୀଲଙ୍କା ମଧ୍ୟ ଏହା ପରଠାରୁ ବଡ଼ ପ୍ରତିଯୋଗିତା ଜିତିନାହିଁ। ସେହି ଦୃଷ୍ଟିରୁ ଶ୍ରୀଲଙ୍କା ରବିବାର ଏସିଆ କପ୍‌ ଜିତିଲେ ଏହି ସଂଘର୍ଷରତ ଦେଶରେ କ୍ରି‌କେଟ୍‌ର ପୁନର୍ଜନ୍ମ ହେବ କହିଲେ ଅତ୍ୟୁକ୍ତି ହେବ ନାହିଁ ।

ଟସ୍ ନିର୍ଣ୍ଣାୟକ ଭୂମିକା ନେବ ଏବଂ ଉଭୟ ଦଳ ଚାହିଁବେ ଜିତିବାକୁ । କାରଣ ବିଗତ ୩୦ ଟ୍ବେଣ୍ଟି-୨୦ ଅନ୍ତର୍ଜାତୀୟରୁ ୨୬ଟି ଦଳ ପଛ ବ୍ୟାଟିଂରେ ଜିତିଛି। ଦୁଇ ଫାଇନାଲ୍ ପ୍ରତିଦ୍ବନ୍ଦ୍ବୀଙ୍କ ଦୃଷ୍ଟିରୁ ଦେଖିଲେ ପାକିସ୍ତାନ ଉନ୍ନତ ରହିଛି । ୨୦୨୧ ପରଠାରୁ ପ୍ରଥମେ ବ୍ୟାଟିଂ ବେଳେ ଶୀର୍ଷ ୧୦ ଦଳ ବିପକ୍ଷରେ ପାକିସ୍ତାନ ୧୨ ମ୍ୟାଚ୍‌ ଖେଳି ୫ ଜିତିଛି, ଶ୍ରୀଲଙ୍କା ୧୭ରୁ ମାତ୍ର ୨ଟି ଜିତିଛି। ଦ୍ବିତୀୟ ବ୍ୟାଟିଂ ବେଳେ ପାକିସ୍ତାନ ୧୭ରୁ ୧୩ ଏବଂ ଶ୍ରୀଲଙ୍କା ୧୯ରୁ ୯ ଜିତିଛି । ପୂର୍ବରୁ ପାକିସ୍ତାନ ଏବଂ ଶ୍ରୀଲଙ୍କା ଏସିଆ କପ୍‌ ଫାଇନାଲ୍‌ରେ ପରସ୍ପରକୁ ୩ ଥର ଭେଟିଛନ୍ତି। ଶ୍ରୀଲଙ୍କା ଦୁଇ ଥର (୧୯୮୬ ଓ ୨୦୧୪) ଜିତିଥିବା ବେଳେ ପାକିସ୍ତାନ ୨୦୦୦ରେ ଟ୍ରଫି ହାସଲ କରିଥିଲା। ଶ୍ରୀଲଙ୍କା କିନ୍ତୁ ରେକର୍ଡ ସର୍ବାଧିକ ୧୧ ଥର ପାଇଁ ଫାଇନାଲ୍ ଖେଳିବାକୁ ଯାଉଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+