ଏସିଆ କପ କ୍ରିକେଟ: ମାନ୍ଦା ରହିଛି ଭାରତ-ପାକିସ୍ତାନ ଟିକେଟ ବିକ୍ରି

ଏସିଆ କପ ୨୦୨୫ ମଙ୍ଗଳବାରଠାରୁ ଆରମ୍ଭ ହୋଇଯିବ । ଭାରତ ଓ ପାକିସ୍ତାନ ମ୍ୟାଚ ପାଇଁ ଦର୍ଶକଙ୍କ ଉତ୍କଣ୍ଠା ରହିବା ସ୍ୱାଭାବିକ । ପୂର୍ବରୁ ଭାରତ-ପାକିସ୍ତାନ ମ୍ୟାଚର ଟିକେଟ ସବୁଠାରୁ ଆଗ ବିକ୍ରି ହୋଇଥାଏ । ଏଥର କିନ୍ତୁ ଏ ପର୍ଯ୍ୟନ୍ତ ଏହାର ସମ୍ପୂର୍ଣ୍ଣ ଟିକେଟ ବିକ୍ରି ହୋଇ ନାହିଁ । ଯାହା ଆୟୋଜକଙ୍କୁ ନିରାଶ କରିଛି ।

ପ୍ୟାକେଜ ସିଷ୍ଟମ ଟିକେଟ ଏବଂ ଏହାର ମୂଲ୍ୟ ଦର୍ଶକଙ୍କୁ ନିରାଶ କରିଛି । ଯେଉଁମାନେ କେବଳ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଚାହୁଁଛନ୍ତି ତାଙ୍କୁ ବାଧ୍ୟ ହୋଇ ଅନ୍ୟ ମୁକାବିଲା ଦେଖିବାକୁ ପଡିବ । ଅବଶ୍ୟ ପ୍ୟାକେଜ ସିଷ୍ଟମ କେବଳ ଗ୍ରୁପ ପର୍ଯ୍ୟାୟ ପର୍ଯ୍ୟନ୍ତ ସୀମିତ ରଖାଯାଇଛି । ସୁପର ଫୋର ଓ ଫାଇନାଲରେ ଏହାକୁ ସାମିଲ କରାଯାଇ ନାହିଁ ।

Asia Cup 2025 Cricket India-Pakistan ticket sales are in a slump

ଟିକେଟର ମୂଲ୍ୟ ୧୦,୫୬୫ ଟଙ୍କାରୁ ଆରମ୍ଭ ହେଉଛି । ସେହିପରି ୫୧,୦୦୦ରୁ ୧.୫୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଟିକେଟର ମୂଲ୍ୟ ରଖାଯାଇଛି । ଅବଶ୍ୟ ଏଥିରେ ହୋଟେଲ ମୂଲ୍ୟ ମଧ୍ୟ ସାମିଲ କରାଯାଇଛି । ସିଙ୍ଗଲ ମ୍ୟାଚର ଟିକେଟ ଜାରୀ କରିବା ପାଇଁ ପ୍ରଶଂସକମାନେ ସୋସିଆଲ ମିଡିଆରେ ଦାବୀ କରୁଛନ୍ତି । ଏ ସବୁ ବ୍ୟତୀତ ଫ୍ଲାଇଟ ଟିକେଟ ମୂଲ୍ୟ ଅତିରିକ୍ତ ଦେବାକୁ ପଡୁଥିବାରୁ ଏହା ବ୍ୟୟବହୂଳ ସାବ୍ୟସ୍ତ ହେଉଛି । ସେପ୍ଟମ୍ବର ୧୪ରେ ଗତ ସଂସ୍କଣର ଚାମ୍ପିୟନ ଭାରତ ଓ ପାକିସ୍ତାନ ମଧ୍ୟରେ ହାଇ ପ୍ରୋଫାଇଲ ମ୍ୟାଚ ଖେଳାଯିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+