ଶ୍ରୀମନ୍ଦିର ଗର୍ଭଗୃହ ଯାଞ୍ଚ କରିବ ଏଏସଆଇ ଓ ବୈଷୟିକ ଟିମ୍
ପୁରୀ: ଆଜି ଶ୍ରୀମନ୍ଦିର ଗର୍ଭ ଗୃହ ଯାଞ୍ଚ କରିବ ଏଏସଆଇ ଓ ବୈଷୟିକ ଟିମ୍। ଶ୍ରୀଅଙ୍ଗକୁ ମୂଷା ବିପଦ ନେଇ ତଦାରଖ କରିବ ମିଳିତ ଟିମ୍ । ଏହି ଟିମ୍ ସିଂହଦ୍ଵାରର ରୂପା ଛାଉଣୀ କାମର ମଧ୍ୟ ଅନୁଧ୍ୟାନ କରିବ ।

ଅନ୍ୟପକ୍ଷରେ ଆଜି ଶ୍ରୀମନ୍ଦିର ସିଂହଦ୍ୱାରରେ ରୂପା କବାଟ ଲାଗିବା କାମ ଆରମ୍ଭ ହୋଇଛି । ସିଂହଦ୍ୱାରରେ ଲାଗିଥିବା ପିତ୍ତଳ କବାଟକୁ ଖୋଲାଯାଇ ସେହି ସ୍ଥାନରେ ରୂପା କବାଟ ଲଗାଯାଉଛି । ଏଥିପାଇଁ ସିଂହଦ୍ୱାରରେ ଗତକାଲି ଅସ୍ଥାୟୀ ଫ୍ରେମ୍ ଲଗାଯାଇଛି। ସିଂହଦ୍ୱାରରେ ରୂପା କବାଟ ଲାଗି ମୁମ୍ବାଇର ଜଣେ ଦାତା ରୂପା ଦାନ କରିଥିଲେ। ସେହି ରୂପାରେ ଉତ୍କଳୀୟ ଢାଞ୍ଚାରେ ସୁନ୍ଦର କାରୁ କାର୍ଯ୍ୟପୂର୍ଣ୍ଣ ରୂପା କବାଟ ପ୍ରସ୍ତୁତି ହୋଇଛି। ବର୍ମା ସାଗୁଆନ କାଠରେ ଏହି ନୂତନ କବାଟ ନିର୍ମାଣ କରାଯାଇଛି।
ପୂର୍ବରୁ ସାତପାହାଚ, ଜୟବିଜୟ ଦ୍ବାର, କଳାହାଟ ଦ୍ବାର, ବେହରଣ ଦ୍ଵାର, ଭୋଗମଣ୍ଡପ ଦ୍ବାରା ଆଦି ଦ୍ବାରାକୁ ଉତ୍କଳୀୟ ଢାଞ୍ଚାରେ ରୂପା ଦ୍ବାରା କରାଯାଇଛି ।












Click it and Unblock the Notifications