Get Updates
Get notified of breaking news, exclusive insights, and must-see stories!

ଆଜିଠୁ ଆରମ୍ଭ ହେଲା ଗର୍ଭଗୃହ ଯାଞ୍ଚ

ଆଜିଠାରୁ ଆରମ୍ଭ ହୋଇଛି ଏଏସଆଇ ବୈଷୟିକ କମିଟି ପକ୍ଷରୁ ଗର୍ଭଗୃହ ଯାଞ୍ଚ। ଜଗମୋହନରେ ଭାରାବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସରିବା ପରେ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଅନୁଧ୍ୟାନ କରାଯାଉଛି।

ପୁରୀ: ଆଜିଠାରୁ ଆରମ୍ଭ ହୋଇଛି ଏଏସଆଇ ବୈଷୟିକ କମିଟି ପକ୍ଷରୁ ଗର୍ଭଗୃହ ଯାଞ୍ଚ। ଜଗମୋହନରେ ଭାରାବନ୍ଧା କାର୍ଯ୍ୟ ଆରମ୍ଭ ହୋଇଛି। ଏହା ସରିବା ପରେ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଅନୁଧ୍ୟାନ କରାଯାଉଛି। ଏଥିସହ ତ୍ୱରିତ ଭାବେ କରାଯିବ ମରାମତି କାର୍ଯ୍ୟ। ଏଥିରେ ଶ୍ରୀମନ୍ଦିର ବୈଷୟିକ କୋର୍ କମିଟି, ସେବାୟତଙ୍କୁ ନେଇ ହୋଇଥିବା କମିଟି ଏହାର ଅନୁଧ୍ୟାନ କରିବାର ହୋଇଛି ବ୍ୟବସ୍ଥା।

Jagannath Mandir

ସେପଟେ ଭୋଗମଣ୍ଡପ, ଜଗମୋହନ ଓ ନାଟମଣ୍ଡପର ଲେଜର ସ୍କାନିଂ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅନୁମତି ମିଳିବା ପରେ ଏଏସଆଇ ପକ୍ଷରୁ ଲେଜର ସ୍କାନିଂ ଆରମ୍ଭ ହୋଇଛି। ହେଲେ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଅନୁମତି ଦିଆଯାଇନାହିଁ। କେବଳ ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର ସ୍କାନିଂ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଶନ କୁମାର ପୂର୍ବରୁ ସୂଚନା ଦେଇଥିଲେ।

କେବଳ ଜଗମୋହନ, ନାଟମଣ୍ଡପ ଓ ଭୋଗମଣ୍ଡପର ଲେଜର ସ୍କାନିଂ କରାଯିବ । କିନ୍ତୁ ଗର୍ଭଗୃହର ଲେଜର ସ୍କାନିଂ ପାଇଁ ଦିଆଯାଇନାହିଁ ଅନୁମତି । ଲେଜର ସ୍କାନିଂ ପାଇଁ ସେବାୟତଙ୍କୁ ନେଇ ଏକ କମିଟି ଗଠନ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+