ଶେଷ ହେଲା ନାଟମଣ୍ଡପ ଅନୁଧ୍ୟାନ, ବିମରେ ରହିଛି ୭ ଫୁଟ ଲମ୍ୱର ଫାଟ
ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏ ଏସ୍ ଆଇ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପର ଅନୁଧ୍ୟାନ କାମ ସରିଛି । ଏ ଏସ୍ ଆଇ ବିଶେଷଜ୍ଞ ଟିମ, ଶ୍ରୀମନ୍ଦିର ପ୍ରଶାସନ ଓ ଏ ଏସ ଆଇର ଅଧିକାରୀଙ୍କ ସମେତ ରାଜ୍ୟସରକାରଙ୍କ ପ୍ରତିନିଧି ନାଟମଣ୍ଡପ ଫାଟକୁ ଅନୁଧ୍ୟାନ କରିଛନ
ପୁରୀ: ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏ ଏସ୍ ଆଇ ପକ୍ଷରୁ ଶ୍ରୀମନ୍ଦିର ନାଟମଣ୍ଡପର ଅନୁଧ୍ୟାନ କାମ ସରିଛି । ଏ ଏସ୍ ଆଇ ବିଶେଷଜ୍ଞ ଟିମ, ଶ୍ରୀମନ୍ଦିର ପ୍ରଶାସନ ଓ ଏ ଏସ ଆଇର ଅଧିକାରୀଙ୍କ ସମେତ ରାଜ୍ୟସରକାରଙ୍କ ପ୍ରତିନିଧି ନାଟମଣ୍ଡପ ଫାଟକୁ ଅନୁଧ୍ୟାନ କରିଛନ୍ତି ।

ତେବେ ଶ୍ରୀମନ୍ଦିର ନାଟମଣ୍ଡପ ବିମରେ ଯେଉଁ ଫାଟ ରହିଛି ତାର ଲମ୍ବା ୭ ଫୁଟ ହୋଇଥିବା ବେଳେ ଗଭୀରତା ୭ ଇଞ୍ଚ ରହିଛି । ୧୦ ଇଞ୍ଚ ପ୍ରସ୍ଥ ଓ ୨୦ ଫୁଟ୍ ଲମ୍ବ ବିମ୍ ଉପରେ ଏହି ଫାଟ ସୃଷ୍ଟି ହୋଇଥିବା ସୂଚନା ମିଳିଛି । ତେଣୁ ଶ୍ରୀମନ୍ଦିର ନାଟମଣ୍ଡପ ସ୍ତମ୍ଭରେ ଓ ବିମର ମରାମତି ସମ୍ପର୍କରେ ସବିଶେଷ ଆଲୋଚନା ହୋଇଛି । ଦୁଇ ପ୍ରକାରର ମରାମତି ପାଇଁ ଏଏସଆଇ ପ୍ରସ୍ତାବ ଦେବ। ମାର୍ଚ୍ଚ ୨୦୨୩ ସୁଦ୍ଧା ନାଟମଣ୍ଡପର ମରାମତି କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆମିକସ କ୍ୟୁରି ଏକେ ମୋହାନ୍ତିଙ୍କ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ହାଇକୋର୍ଟଙ୍କ ଆଦେଶ ପରେ ଶ୍ରୀମନ୍ଦିର ନାଟମଣ୍ଡପ ଫାଟର ମରାମତି ହେବ। ପ୍ରତ୍ନତତ୍ତ୍ବ ବିଭାଗ ଏହି ମରାମତି କାମ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛି। ଏହା ପୂର୍ବରୁ ଭାରତୀୟ ପ୍ରତ୍ନତତ୍ତ୍ବ ବିଭାଗର ଏକ ଉଚ୍ଚସ୍ତରୀୟ ବୈଷୟିକ ଦଳ ରବିବାର ପୁରୀ ଗସ୍ତରେ ଆସିଛନ୍ତି। ବରିଷ୍ଠ ବୈଷୟିକ ବିଶେଷଜ୍ଞଙ୍କୁ ନେଇ ଗଠିତ ଏହି ଦଳ ଆଜି ଦିଲ୍ଲୀରୁ ସିଧାସଳଖ ପୁରୀରେ ଆସି ପହଞ୍ଚିଛନ୍ତି। ଏମାନେ ଶ୍ରୀମନ୍ଦିରରେ ପହଞ୍ଚି ନାଟମଣ୍ଡପ ଓ ଜଗମୋହନର ଅନୁଧ୍ୟାନ କରିବା ସହ ମରାମତି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦେବେ ବୋଲି ଜଣାପଡ଼ିଛି।
-
ବ୍ରିଟେନକୁ ସିଧାସଳଖ ଚେତାବନୀ ଦେଲା ଇରାନ, କହିଲା ଆମେରିକାକୁ ସାହାଯ୍ୟ କରିବା ପଡ଼ିବ ମହଙ୍ଗା -
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications