ଭିଜିଲାନ୍ସ ଜାଲରେ ବାଲୁଗାଁ ଅବକାରୀ ASI: ଏକକାଳୀନ ୪ଟି ସ୍ଥାନରେ ଚାଲିଛି ରେଡ୍
ଭିଜିଲାନ୍ସ ଜାଲରେ ଖୋର୍ଦ୍ଧା ବାଲୁଗାଁ ଅବକାରୀ ASI । ବାଲୁଗାଁ ଅବକାରୀ ବିଭାଗ ଏଏସ୍ଆଇ ସୁଦୀପ୍ତ ଦାଶଙ୍କ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି । ଆୟଠାରୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ସୁଦୀପ୍ତ ଦାସଙ୍କ ଘରେ ଚଢାଉ କରୁଛି ଭିଜିଲାନ୍ସ ।
ଏକକାଳୀନ ୪ଟି ସ୍ଥାନରେ ରେଡ୍ କରାଯାଉଛି । ତେବେ ଚଢାଉ ହେଉଥିବା ସ୍ଥାନମାନଙ୍କ ମଧ୍ୟରେ ଖୋର୍ଦ୍ଧା ଓ ନୟାଗଡ଼ର ୪ଟି ସ୍ଥାନ ରହିଛି ।
ସେହିପରି ବାଲୁଗାଁ ଅବକାରୀ ଅଫିସରେ ମଧ୍ୟ ରେଡ୍ ଚାଲିଛି । ଚଢାଉରେ ୪ ଜଣ ଡିଏସପି ଓ ୬ ଜଣ ଇନ୍ସପେକ୍ଟର ସାମିଲ ହୋଇଛନ୍ତି ।
ସୂଚନା ଅନୁସାରେ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବାଲୁଗାଁ ଅବକାରୀ ବିଭାଗ ASI ଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଚାଲିଛି । ବାସଭବନ ସମେତ ବିଭିନ୍ନ ସ୍ଥାନରେ ଚଢାଉ ଚାଲିଛି ।
ନୟାଗଡ଼ରେ ଥିବା ସୁଦୀପ୍ତଙ୍କ ପୈତୃକ ଘର ଓ ଭଡାରେ ଦିଆଯାଇଥିବା ଘର, ବାଲୁଗାଁରେ ରହୁଥିବା ଘରେ ମଧ୍ୟ ରେଡ୍ କରୁଛି ଭିଜିଲାନ୍ସ ।

ତେବେ ବର୍ତ୍ତମାନ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି, ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ । ଚଢାଉ ଶେଷ ପରେ ରେଡ୍ ନେଇ ସବିଶେଷ ତଥ୍ୟ ଭିଜିଲାନ୍ସ ପକ୍ଷରୁ ଦିଆଯିବ । ବର୍ତ୍ତମାନ କିଛି ସ୍ପଷ୍ଟ ହୋଇନାହିଁ ।
ତେବେ ସରକାରୀ ବାବୁ ଜଣଙ୍କ ଏତେ ଟଙ୍କା କୋଉଠୁ ଆଣିଲେ ସେ ନେଇ ଆଗକୁ ଖୋଳତାଡ଼ ହୋଇପାରେ । ଅବକାରୀ ASI ଙ୍କ ପାଖରେ ଏତେ ଟଙ୍କା କେମିତି ଆସିଲା ତାହା ଏବେ ବଡ ପ୍ରଶ୍ନ ସୃଷ୍ଟି କରିଛି । ତେବେ ଭିଜିଲାନ୍ସକୁ ଏ ନେଇ ସୂଚନା କିଏ ଦେଲା । ନା ଭିଜିଲାନ୍ସର ରାଡରରେ ସେ ଥିଲେ ସେ ନେଇ ବି କିଛି ତଥ୍ୟ ବାହାରକୁ ଆସିନାହିଁ ।
ଆଗକୁ ଏ ନେଇ କିଛି ବଡ ଅପଡେଟ ଆସିପାରେ । ତେବେ ବର୍ତ୍ତମାନ ତାଙ୍କ ଗରେ ରେଡ୍ ଜାରି ରହିଛି ।












Click it and Unblock the Notifications