Get Updates
Get notified of breaking news, exclusive insights, and must-see stories!

ଖୋଲିବ ରତ୍ନଭଣ୍ଡାର! : ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଲା ASI

ଖୋଲିବ ରତ୍ନଭଣ୍ଡାର । କାରଣ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଲା ASI ।

ପୁରୀ: ଖୋଲିବ ରତ୍ନଭଣ୍ଡାର । କାରଣ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖି ଅନୁମତି ମାଗିଲା ASI । ଚଳିତ ମାସ ୮ ତାରିଖରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ । ୨୦୧୮ ମାର୍ଚ୍ଚ ୨୨ରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ରେ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ ହୋଇଥିଲା ।

Shree Mandir Ratna Bhandar

ପଦପୂର୍ଣ୍ଣ ଅବସ୍ଥାରେ ଭିତର ରତ୍ନଭଣ୍ଡାର ଥିବାରୁ ଖୋଲିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିବାକୁ ଚିଠିରେ ଉଲ୍ଲେଖ ରହିଛି । ପୂର୍ବରୁ ବାହାର ରତ୍ନଭଣ୍ଡାର ସ୍ଥିତି ଯାଞ୍ଚ କରାଯାଇଥିବାରୁ ଏବେ ଭିତର ରତ୍ନଭଣ୍ଡାର ଯାଞ୍ଚ ପାଇଁ ଏହି ଚିଠି କରାଯାଇଛି । ତେବେ ଚାବି ହଜିଥିବା ଯୋଗୁଁ ଭିତର ରତ୍ନଭଣ୍ଡାର ଖୋଲା ଯାଇପାରି ନଥିଲା । ପ୍ଲାଷ୍ଟର ଖରାପ ଥିବାରୁ ଶ୍ରୀମନ୍ଦିର ପ୍ରଶାସନ ଭିତର ରତ୍ନଭଣ୍ଡାର ଖୋଲିବାକୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ଚିଠିରେ ଉଲ୍ଲେଖ କରିଛନ୍ତି ଏଏସଆଇ ସୁପରିଟେଣ୍ଡେଣ୍ଟ। ରାଜ୍ୟ ଆଇନ୍ ବିଭାଗ ଏବଂ ଏଏସଆଇ ଡିଜିଙ୍କୁ ମଧ୍ୟ ଚିଠି ଲେଖାଯାଇଛି। ଶ୍ରୀମନ୍ଦିର ପ୍ରଶାସନର ଜବାବ୍ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ପ୍ରତ୍ନତତ୍ୱ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନାଥାଉ କି, ପୂର୍ବରୁ ମଧ୍ୟ ଭିତର ରତ୍ନ ଭଣ୍ଡାର ଖୋଲି ସ୍ଥିତି ଅନୁଧ୍ୟାନ କରିବାକୁ ଉଦ୍ୟମ ହୋଇଥିଲା । ୨୦୧୮ ମସିହାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏପ୍ରିଲ ୪ତାରିଖରେ ଏକ ୧୭ ଜଣିଆ ଟିମ୍ ଭିତର ରତ୍ନଭଣ୍ଡାର ଖୋଲିବାକୁ ଉଦ୍ୟମ କରିଥିଲେ । କିନ୍ତୁ ଭିତର ରତ୍ନ ଭଣ୍ଡାରକୁ ଖୋଲିନପାରି ଫେରି ଆସିଥିଲେ । ସେହି ସମୟରେ ଚାବି ହଜି ଯାଇଥିବା ଘଟଣା ସାମ୍ନାକୁ ଆସିଥିଲା । ଆରଟିଆଇ ତଥ୍ୟ ଅନୁସାରେ ୧୯୭୦ ମସିହା ପରଠୁ ରତ୍ନଭଣ୍ଡାର ଚାବି ଜିଲ୍ଲା ପ୍ରଶାସନ ପାଖରେ ନଥିବା ଜଣାପଡିଛି । ତେଣୁ ଭିତର ରତ୍ନଭଣ୍ଡାରର ସୁରକ୍ଷା ଓ ଠାକୁରଙ୍କ ସୁନା ଅଳଙ୍କାରକୁ ନେଇ କୋଟି କୋଟି ଓଡିଆଙ୍କ ମନରେ ସନ୍ଦେହ ଦେଖା ଦେଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+