ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚାରି ପାର୍ଶ୍ୱରେ ଚାଲିଛି ଜିପିଆରଏସ ସର୍ଭେ
Odisha News: କୋଣାର୍କ ସୂର୍ଯ୍ୟ ମନ୍ଦିର ଗର୍ଭଗୃହ ଓ ଚାରି ପାର୍ଶ୍ୱରେ ଚାଲିଛି ଜିପିଆରଏସ ସର୍ଭେ । ଖୁବ୍ ଶୀଘ୍ର ସୂର୍ଯ୍ୟମନ୍ଦିର ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟକରଣ କାମ ଆରମ୍ଭ ହେବା ନେଇ ସୂଚନା ରହିଛି । ଆଜି ସୂର୍ଯ୍ୟ ମନ୍ଦିର ଚତୁଃପାର୍ଶ୍ଵର ଭୂତଳ ଜିପିଆରଏସ ଲେଜର ସ୍କାନିଂ କରାଯାଇଛି । ତେବେ ଆସନ୍ତା ଦୁଇ ଦିନ ଧରି ଏହି ସର୍ଭେ ଚାଲିବ । ହାଇଦ୍ରାବାଦ ସ୍ଥିତ NGRIର ବୈଜ୍ଞାନିକଙ୍କର ୩ ଜଣିଆ ଟିମ ଏହି ଲେଜର ସ୍କାନିଂ ଆରମ୍ଭ କରିଛନ୍ତି ।

ଏହି ଲେଜର ସ୍କାନିଂ ଦ୍ୱାରା ଭୂତଳ ସର୍ବେକ୍ଷେଣ କରାଯାଇଛି । ମାଟିତଳେ ୧୫ ମିଟର ପର୍ଯ୍ୟନ୍ତ ସ୍କାନ କରାଯାଇଛି ଯାହା ଫଳରେ ମନ୍ଦିର ଚାରି ପାଖରେ ଥିବା ବାଲୁ ସ୍ତୁପ ତଳେ କୌଣସି ପ୍ରାଚୀନ ଐତିହ ଅଛି ନା ନାହିଁ ତାହା ସ୍ପଷ୍ଟ ହେବ । ଆଜି ପ୍ରଥମ ଦିନରେ ମନ୍ଦିରର ୧୦୦ ଫୁଟରେ ୧୦୦ ଫୁଟ ମଧ୍ୟରେ ସ୍କାନିଂ କରାଯାଇଛି । ଏଏସଆଇ ସୁପରିଟେଣ୍ତେଣ୍ଟ ଡିବି ଗଡନାୟକ ଓ ଭୁ-ତତ୍ତ୍ୱବିତ ମାନସ ରଞ୍ଜନ ସ୍ୱାଇଁ ପ୍ରମୁଖ ବହୁ ବରିଷ୍ଠ ଅଧିକାରୀ ଏହି ସର୍ଭେର ସାମିଲ ଅଛନ୍ତି ।












Click it and Unblock the Notifications