ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଏଏସ୍ଆଇ
ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ସୋର ଥାନା ଅଧୀନରେ ଥିବା ଅନନ୍ତପୁର ଆଉଟ୍ପୋଷ୍ଟର ଏଏସଆଇ ହୃଶିକେଷ ବିଶ୍ୱାଳ। ସେପ୍ଟେମ୍ବର ୭ ତାରିଖରେ ଏକ ଦୁର୍ଘଟଣା ମାମଲାରେ ଏଏସଆଇ ହୃଷିକେଶ ବିଶ୍ୱାଳ ଗୋଟିଏ ବାଇକ ଜବତ କରିଥିଲେ। ଉକ୍ତ ବାଇକ୍କୁ ଛାଡ଼ିଦେବା ପାଇଁ ତା'ର ମାଲିକ ତାଙ୍କୁ ଅନୁରୋଧ କରିଥିଲେ। ହେଲେ ବାଇକ୍ ଛାଡ଼ିବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ ଶ୍ରୀ ବିଶ୍ୱାଳ। ଏତେ ଟଙ୍କା ଦେବାକୁ ସେ ସକ୍ଷମ ନୁହନ୍ତି ବୋଲି ବାଇକ୍ ମାଲିକ ତାଙ୍କୁ କହିଥିଲେ। ଏହା ପରେ ଶ୍ରୀ ବିଶ୍ୱାଳ ଲାଞ୍ଚ ଅର୍ଥକୁ ୮ ହଜାରକୁ ହ୍ରାସ କରିଥିଲେ। ୮ ହଜାର ଦେଇ ବାଇକ ନେଇଯିବାକୁ ସେ ବାଇକ୍ ମାଲିକଙ୍କୁ କହିଥିଲେ।

ଅନ୍ୟକୌଣସି ଉପାୟ ନପାଇ ବାଇକ ମାଲିକ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଯୋଜନା ପ୍ରକାରେ ଆଜି ସେ ଏଏସ୍ଆଇ ଶ୍ରୀ ବିଶ୍ୱାଳଙ୍କୁ ଭେଟି ୮ ହଜାର ଟଙ୍କା ଦେଇଥିଲେ। ଶ୍ରୀ ବିଶ୍ୱାଳ ୮ ହଜାର ଟଙ୍କା ଗ୍ରହଣ କରିବା ପରେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଧରିଥିଲେ। ତାଙ୍କଠାରୁ ସମସ୍ତ ଲାଞ୍ଚ ଅର୍ଥ ଜବତ କରାଯାଇଛି।
ଲାଞ୍ଚ ନେଇ ଧରାପଡ଼ିବା ପରେ ଏଏସ୍ଆଇ ଶ୍ରୀ ବିଶ୍ୱାଳଙ୍କ ଦୁଇଟି ଠିକଣାରେ ଚଢ଼ାଉ କରାଯାଇଛି। ସେ ଆୟ ବର୍ହିଭୂତ ସଂପତ୍ତି ଠୁଳ କରିଥିବା ସନ୍ଦେହରେ ଏହି ଚଢ଼ାଉ କରାଯାଇଛି।
-
ବିଶ୍ୱକପରେ ହେବ ଟଙ୍କା ବର୍ଷା, ଜାଣନ୍ତୁ କେଉଁ ଦଳ ପାଇବେ କେତେ… -
ଉପ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା;କାଲି ମିଳିବ ସୁଭଦ୍ରା ଚତୁର୍ଥ କିସ୍ତି ଟଙ୍କା -
ରବିବାର ମହାମୁକାବିଲା; ଟିମ୍ ଇଣ୍ଡିଆର ପ୍ଲେଇଂ ଇଲେଭେନରେ ହେବ ବଡ଼ ପରିବର୍ତ୍ତନ! -
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଆନ୍ନା ହଜାରେ, ଜାଣନ୍ତୁ କେଉଁ କାରଣ ପାଇଁ ଲେଖିଲେ ପତ୍ର? -
ମମତା ବାନାର୍ଜୀଙ୍କ ଉପରେ ଅସନ୍ତୋଷ ପ୍ରକାଶ କଲେ ରାଷ୍ଟ୍ରପତି, କହିଲେ..... -
ରାଷ୍ଟ୍ରପତିଙ୍କୁ TMC ସରକାର ଅପମାନ କରିବା ଲଜ୍ଜାଜନକ ;ମୋଦି -
ସୋମବାର ଶ୍ରୀମନ୍ଦିରରେ ୪ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ -
ଓଜନ ହ୍ରାସ ପାଇଁ କେଉଁ ପନିପରିବା ଖାଇବା ଉଚିତ ? -
ସୁଭଦ୍ରା ଯୋଜନା ହିତାଧିକାରୀଙ୍କ ଆକାଉଣ୍ଟକୁ ଗଲା ଚତୁର୍ଥ କିସ୍ତି ଟଙ୍କା, ପଠାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ -
ନବୋଦୟ ବିଦ୍ୟାଳୟର ୩ ଦଶମ ଛାତ୍ର ପାଣିରେ ବୁଡି ମୃତ -
ପଡୋଶୀ ଦେଶଗୁଡିକୁ କ୍ଷମା ମାଗିଲେ ଇରାନ ରାଷ୍ଟ୍ରପତି, ଜାଣନ୍ତୁ ଯୁଦ୍ଧ ଭିତରେ ଏମିତି କାହିଁକି କଲା ..... -
ଇରାନର ଯୁଦ୍ଧ ଜାହାଜକୁ ଆଶ୍ରୟ ଦେଲା ଭାରତ












Click it and Unblock the Notifications