ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ ଘୋଷଣା; ଖୁବ୍ ଶୀଘ୍ର ପୁରୀରୁ ଅଯୋଧ୍ୟା ଚାଲିବ ସ୍ବତନ୍ତ୍ର ଟ୍ରେନ୍
ରେଳ ମନ୍ତ୍ରୀଙ୍କ ବଡ ଘୋଷଣା । ଖୁବ୍ ଶୀଘ୍ର ପୁରୀରୁ ଅଯୋଧ୍ୟା ଚାଲିବ ସ୍ବତନ୍ତ୍ର ଟ୍ରେନ୍ । ଜୁଲାଇ-ଅଗଷ୍ଟ ମାସରେ ପୁରୀ-ଅଯୋଧ୍ୟା ଟ୍ରେନ୍ ଶୁଭାରମ୍ଭ ।

ପୁରୀ ମିଟିଂରେ ଘୋଷଣା କଲେ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ପୁରୀ-କୋଣାର୍କ ରେଳ ପ୍ରକଳ୍ପ ଆରମ୍ଭ ହେବ କହିଲେ ରେଳ ମନ୍ତ୍ରୀ । ଖୁବଶୀଘ୍ର ରେଳ ଲାଇନକୁ ଆପ୍ରୁଭାଲ ମିଳିବ ବୋଲି କହିଲେ ରେଳ ମନ୍ତ୍ରୀ । ଓଡ଼ିଶାକୁ ପ୍ରତ୍ୟେକ ବର୍ଷ ମୋଦି ଦେଉଛନ୍ତି ୧୦ ହଜାର କୋଟି ଟଙ୍କା । ମୋଦିଙ୍କର ଗ୍ୟାରେଣ୍ଟି ଅଛି ଓଡ଼ିଶାକୁ ବିକଶିତ କରି ଦେଖାଇବା ବୋଲି ସେ କହିଛନ୍ତି ।
ଓଡ଼ିଶାରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ କଲେ ନୀତିନ ଗଡ଼କରୀ । ୬ ହଜାର ୬୦୦ କୋଟିର ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ସହ ଶିଳାନ୍ୟାସ । ଏନଏଚ୍ ୧୬ ଚଣ୍ଡିଖୋଲ-ଭଦ୍ରକ ୬ ଲେନ୍ ରାସ୍ତାର ଲୋକାର୍ପଣ ।
ଭର୍ଚୁଆଲ୍ ଯୋଗେ ଉତ୍ସବରେ ଅଭିଭାଷଣ ଦେଲେ ଗଡ଼କରୀ ।
୨୪ ଶେଷ ସୁଦ୍ଧା ଓଡ଼ିଶାର ଜାତୀୟ ରାଜପଥ ଆମେରିକା ସହ ସମାନ ହେବ ବୋଲି ସେ କହିଛନ୍ତି । ଏବେ ଯାହା ହେଉଛି ତାହା ମାତ୍ର ଟ୍ରେଲର, ଫିଲ୍ମ ବାକି ଅଛି । ମୋଦିଙ୍କ ନେତୃତ୍ୱରେ ତୃତୀୟ ଥର ନିର୍ବାଚନ ଜିତିବା ସୁନିଶ୍ଚିତ ବୋଲି ସେ କହିଛନ୍ତି । ତୃତୀୟ ପାଳିରେ ଓଡ଼ିଶାରେ ଆହୁରି ବିକାଶ କାମ ହେବ ବୋଲି ଗଡକରି କହିଛନ୍ତି ।












Click it and Unblock the Notifications