ଅଶ୍ୱିନୀ ବୈଷ୍ଣବ ଏବଂ ଜୁଏଲ ଓରାମଙ୍କୁ ଆସିଲା ପିଏମଓରୁ କଲ୍, ମିଳିପାରେ ମନ୍ତ୍ରୀପଦ!

PM Modi Oath Ceremony: ଆଜି ସନ୍ଧ୍ୟା ୭ଟା ୩୦ରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦି । ସେହିପରି ମୋଦିଙ୍କ ସହ ତାଙ୍କ ନୂଆ ମନ୍ତ୍ରିମଣ୍ତଳର ସଦସ୍ୟମାନେ ମଧ୍ୟ ଶପଥ ନେବେ, ଆଜି ୫୨ ରୁ ୫୫ ଜଣ ସାଂସଦ ମନ୍ତ୍ରୀ ଭାବେ ଶପଥ ନେବା ନେଇ ସୂଚନା ରହିଛି ।

ହେଲେ କେଉଁମାନଙ୍କୁ କେଉଁ ମନ୍ତ୍ରୀ ପଦ ମିଳିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଏହାରି ମଧ୍ୟରେ ଅନେକ ମନ୍ତ୍ରୀମାନଙ୍କୁ ଫୋନ୍ ଆସିବା ଆରମ୍ଭ ହୋଇଯାଇଛି । ଯେଉଁମାନଙ୍କୁ କେନ୍ଦ୍ର କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି ।

Ashwini Vaishnav

ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ଜୁଏଲ ଓରାମଙ୍କୁ ମଧ୍ୟ PMO ଅଫିସରୁ କଲ୍ ଆସିଥିବା ନେଇ ସୂଚନା ରହିଛି । ତେବେ ତେବେ ତୃତୀୟ ପାଳିରେ ମଧ୍ୟ ଦୁଇ ନେତାଙ୍କୁ ଗୁରୁତ୍ୱପୂର୍ଣ୍ଣ ପଦ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଗତ ସରକାରରେ ଅଶ୍ୱିନୀ ବୈଷ୍ଣବଙ୍କୁ ରେଳ ଓ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଥିଲେ । ସେହିପରି ପ୍ରଥମ ପାଳିରେ ଜୁଏଲ ଓରାମ ଆଦିବାସୀ ବ୍ୟାପର ମନ୍ତ୍ରୀ ରହିଥିଲେ । ଅନ୍ୟପଟେ ସୁରେଜ ପୂଜାରୀ ମଧ୍ୟ ଦିଲ୍ଲୀରେ ପହଞ୍ଚିସାରିଥିବା ନେଇ ସୂଚନା ରହିଛି । ତେବେ ତାଙ୍କୁ କୌଣସି ବଡ଼ ଦାୟିତ୍ୱ ମିଳିପାରେ ବୋଲି ସୂଚନା ରହିଛି ।

ସୂଚନା ଅନୁସାରେ, ଟିଡିପିର ମୋହନ ନାଇଡୁ ଏବଂ ଚନ୍ଦ୍ରଶେଖର ପେମାସାନି ଏବଂ କିଞ୍ଜାରାପୁ ରାମ ମୋହନ ନାଇଡୁ, ଜେଡିଏର ରାଜ୍ୟସଭା ସାଂସଦ ରାମ ନାଥ ଠାକୁର, ଜିତନ ରାମ ମାନଝୀ, ଅନୁପ୍ରିୟା ପଟେଲ, ନୀତିନ ଗଡ଼କରି, ରାଜନାଥ ସିଂ, ପିୟୁଷ ଗୋଏଲ, ଜ୍ୟୋତିରାଦିତ୍ୟ ସିନ୍ଧିଆ, ଜେଡିଏସ୍ ନେତା କୁମାରସ୍ୱାମୀ,ଜିତନ ରାମ ମାଞ୍ଝୀ, ଆରଏଲଡି ନେତା ଜୟନ୍ତ ଚୌଧୁରୀ, ଏଲଜେପି ନେତା ଚିରାଗ ପାଶୱାନଙ୍କୁ ଫୋନ୍ କଲ ଯାଇଛି । କୁହାଯାଉଛି ଏହି ସମସ୍ତ ନେତା ମୋଦିଙ୍କ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+