'ଅପ୍ରସ୍ତୁତ ମୃତ୍ୟୁ' ପାଇଁ ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା । ବିଶିଷ୍ଟ କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । କବିତା ସଂକଳନ 'ଅପ୍ରସ୍ତୁତ ମୃତ୍ୟୁ' ପାଇଁ ଆଶୁତୋଷ ପରିଡ଼ା ପାଇବେ ପୁରସ୍କାର ।

Ashutosh parida

ଏ ନେଇ ଏକାଡେମୀ ପକ୍ଷରୁ ଘୋଷଣା କରାଯାଇଛି। କବିତାରେ ସାମାଜିକ ନ୍ୟାୟ ପାଇଁ ପ୍ରତିବଦ୍ଧତା, ସଵୁ ପ୍ରକାରର ଶୋଷଣ ବିରୁଦ୍ଧରେ ବିଦ୍ରୋହର ସ୍ବର ଓ ଭାଷା ଏବଂ ସାମ୍ୟବାଦୀ ସ୍ବପ୍ନାଦେଶ ଓଡିଆ କାବ୍ୟ ଜଗତରେ ତାଙ୍କୁ ଅନନ୍ୟ ପରିଚୟ ଦେଇଛି । ପୀଡିତ ଆତ୍ମାର ଭାଷ୍ୟକାର କଵି ଆଶୁତୋଷ ଆମ ପାଇଁ ଚିର ସ୍ମରଣୀୟ ହୋଇ ରହିବେ ।

ଆଶୁତୋଷ ପରିଡ଼ା ୧୯୪୬ ମସିହା ଫେବ୍ରୁଆରି ମାସରେ କେନ୍ଦ୍ରାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ରାଉରକେଲାର ଆରଇସିରେ ଇଞ୍ଜିନିୟରିଂରେ ସ୍ନାତକ ହାସଲ କରିଥିଲେ । ଏହାପରେ ସେ ଆଇଆଇଟି ଖଡ଼ଗପୁରରେ ଆବର୍ତ୍ତ ପୃଥକୀକରଣ ଯନ୍ତ୍ରର ପ୍ରସ୍ତୁତି ନେଇ ଗବେଷଣା କରିଥିଲେ । ଏହାପରେ ଶ୍ରୀ ପରିଡ଼ା ଭୁବନେଶ୍ବର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ।

କେବଳ ଜଣେ ବରିଷ୍ଠ ବୈଜ୍ଞାନିକ ଭାବେ ନୁହନ୍ତି, କବି ଭାବେ ମଧ୍ୟ ସେ ସୁପ୍ରତିଷ୍ଠିତ । ସେ ଯୁକ୍ତ ଯାତନା, ଇପସିତ କ୍ରୋଧ, ଚଣ୍ଡାଳ, ଶବ୍ଦଭେଦୀ ଭଳି କବିତା ପୁସ୍ତକ ରଚନା କରିଛନ୍ତି ।

କବିତା ସଂକଳନ ଇପସିତ କ୍ରୋଧ ପାଇଁ ୧୯୯୦ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ । ତାଙ୍କର ବହୁ କବିତା ହିନ୍ଦୀ, ଇଂରାଜି ଓ ବଙ୍ଗଳା ଭାଷ‌ାରେ ଅନୂଦିତ ହୋଇଛି । ‌

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+