ଆଜି ପବିତ୍ର ଅଶୋକାଷ୍ଟମୀ, ମହାଗୌରୀ ରୂପରେ ଦର୍ଶନ ଦେଉଛନ୍ତି ମା'ଦୁର୍ଗା

ଭୁବନେଶ୍ୱର:ଆଜି ପବିତ୍ର ମହାଷ୍ଟମୀ ତିଥି । ମହାଗୌରୀ ରୂପରେ ଦର୍ଶନ ଦେଉଛନ୍ତି ମା'ଦୁର୍ଗା । ଚାଲନ୍ତୁ ଜାଣିବା ଅଷ୍ଟମୀ ତିଥିରେ ମା' ଦୁର୍ଗାଙ୍କୁ କାହିଁକି 'ମହାଗୌରୀ' ବେଶରେ ପୂଜା କରାଯାଏ ?
ପୌରାଣିକ ମାନ୍ୟତା ଅନୁସାରେ, ଭଗବାନ ଶିବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ମା' କଠୋର ତପସ୍ୟା କରିଥିଲେ । ସେଥିପାଇଁ ତାଙ୍କ ରଙ୍ଗ ମଳିନ ଅର୍ଥାତ୍ କଳା ପଡ଼ିଯାଇଥିଲା । ସେ ଶାରୀରିକ ଭାବେ ଖୁବ୍ ଦୁର୍ବଳ ହୋଇ ପଡ଼ିଥିଲେ। ଶିବଙ୍କୁ ପ୍ରସନ୍ନ କରିବା ପରେ ମା' ନିଜ ସ୍ୱାସ୍ଥ୍ୟ ଓ ସ୍ୱରୂପକୁ ପୁନଃ ପ୍ରାପ୍ତି ପାଇଁ ପୁଣି ତପସ୍ୟା କରିଥିଲେ।
ଏହି ତପସ୍ୟା ପରେ ମା'ଙ୍କ ଶରୀରରୁ କଳା ରଙ୍ଗ ଚାଲି ଯାଇଥିଲା ଏବଂ ସେ ସଂପୂର୍ଣ୍ଣ ଗୌରବର୍ଣ୍ଣ ଧାରଣ କରିଥିଲେ । ଯାହା ପରଠୁ ମା'ଙ୍କୁ 'ମହାଗୌରୀ'ରୂପେ ପୂଜା କରାଯାଏ । ଏହି ରୂପରେ ମାଆଙ୍କର ବିଭିନ୍ନ ଅଲୌକିକ ଲୀଳା ରହିଛି । ମା' ଶୁମ୍ଭ ଓ ନିଶୁମ୍ଭ ରାକ୍ଷସଙ୍କୁ ସଂହାର କରିବା ପାଇଁ ରଚିଥିବା ଲୀଳା ମଧ୍ୟରେ 'ମହାଗୌରୀ' ରୂପ ଅନ୍ୟତମ। ମା' ଦୁର୍ଗାଙ୍କ ଏହି 'ମହାଗୌରୀ' ସ୍ୱରୂପକୁ ଅନ୍ନପୂର୍ଣ୍ଣା, ଐଶ୍ୱର୍ଯ୍ୟପ୍ରଦାୟିନୀ, ଚୈତନ୍ୟମୟୀ ବି କୁହାଯାଏ । ମାନ୍ୟତା ରହିଛି ମାଆଙ୍କୁ ଏହି ରୂପରେ ପୂଜା କରିବାଦ୍ୱାରା ଶାରୀରିକ କ୍ଷମତା ବିକଶିତ ହୋଇଥାଏ ଓ ମାନସିକ ଶାନ୍ତି ବୃଦ୍ଧି ଏବଂ ମନୁଷ୍ୟ ସୁସ୍ଥ ରହିଥାଏ ।
ଅଷ୍ଟମୀ ତିଥିରେ ମାଆଙ୍କ ପୂଜା କରାଯାଏ
ମା' ଆଦିଶକ୍ତି ୮ ବର୍ଷ ବୟସରୁ ହିଁ ମହାଦେବଙ୍କୁ ସ୍ୱାମୀ ରୂପରେ ପାଇବା ପାଇଁ ତପସ୍ୟା ଆରମ୍ଭ କରିଦେଇଥିଲେ । ସେଥିପାଇଁ ଅଷ୍ଟମି ତିଥିରେ ମାଆଙ୍କର ପୂଜାର୍ଚ୍ଚନା କରାଯାଏ । ଆଠ ବର୍ଷର ତପସ୍ୟା ପରେ 'ମହାଗୌରୀ' ସାଜିଥିଲେ ମା । ସେହି କାରଣରୁ ନବରାତ୍ରୀର ଅଷ୍ଟମୀ ତିଥିରେ ଦୁର୍ଗାଙ୍କୁ 'ମହାଗୌରୀ' ରୂପରେ ପୂଜାର୍ଚ୍ଚନା କରାଯାଏ । ଏହି ସ୍ୱରୂପରେ ମା' ନନ୍ଦୀ ଉପରେ ବିରାଜମାନ ହୋଇଥାନ୍ତି ।
କିପରି କରିବେ ମାଆଙ୍କ ପୂଜା
ଅଷ୍ଟମୀ ଦିନ, ସକାଳେ ଗାଧୋଇବା ସଫା ବସ୍ତ୍ରର ପିନ୍ଧି ମା'ଙ୍କର ଧ୍ୟାନ କରନ୍ତୁ । ପୂଜା ସ୍ଥାନରେ କଳସ ସ୍ଥାପନ କରି ପୂଜା କରନ୍ତୁ । ଏହି ଦିନ ମାତାଙ୍କୁ ଧଳା ଫୁଲ ଏବଂ ବସ୍ତ୍ରର ଅର୍ପଣ କରନ୍ତୁ । ମାଆଙ୍କ ବନ୍ଦନା ମନ୍ତ୍ର ଜପ କରନ୍ତୁ । ଏହି ଦିନ ମା'ଙ୍କ ପାଖରେ ସୁଜି ହାଲୁୱା, ପୁରୀ, ପନିପରିବା, ବିରି ଏବଂ ନଡ଼ିଆ ଭୋଗ କରନ୍ତୁ ଏବଂ ଆଠଟି ଝିଅଙ୍କୁ ମଧ୍ୟ ପ୍ରସାଦ ବାଣ୍ଟି ପାରିବେ ।












Click it and Unblock the Notifications