Asani Cyclone: ଏବେ କେଉଁଠି ଅଛି ବାତ୍ୟା 'ଆସିନ' ? କେମିତି ରହିବ ପ୍ରଭାବ ? ଜାଣନ୍ତୁ, 10 ବଡ ଅପଡେଟ୍
ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସୃଷ୍ଟି ହୋଇଥିବା ବାତ୍ୟା ଆସିନ ପ୍ରଭାବରେ ଆଜି ଅପରାହ୍ନରୁ ଆଣ୍ଡାମାନର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି ।
ନୂଆଦିଲ୍ଲୀ: ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜରେ ସୃଷ୍ଟି ହୋଇଥିବା ବାତ୍ୟା ଆସିନ ପ୍ରଭାବରେ ଆଜି ଅପରାହ୍ନରୁ ଆଣ୍ଡାମାନର କିଛି ଅଞ୍ଚଳରେ ବର୍ଷା ଆରମ୍ଭ ହୋଇଛି । ଆପଣଙ୍କୁ କହିରଖୁଛୁ ଯେ, ଗତ କିଛି ଦିନ ହେବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅଞ୍ଚଳ ଆଜି ବିସ୍ତାର ହେବାର ସମ୍ଭାବନା ରହିଛି ଏବଂ ଏହା ଏକ ବିପଜ୍ଜନକ ବାତ୍ୟାରେ ପରିଣତ ହୋଇପାରେ । ଏହାକୁ ଦୃଷ୍ଟିରେ ରଖି ଆଣ୍ଡାମାନ ଏବଂ ନିକୋବର ଲୋକଙ୍କୁ ଭାରି ବର୍ଷାର ସାମ୍ନା କରିବାକୁ ପଡିପାରେ। ତେଣୁ ସେଠାରେ ହାଇ ଆଲର୍ଟ ଜାରି କରାଯିବା ସହ ସେନାକୁ ସତର୍କ ରଖାଯାଇଛି । ପୋର୍ଟ ବ୍ଲେୟାରରେ ମୋଟ 68ଟି NDRF ଟିମ ଏବଂ ଡିଜିଲିପୁର, ରଙ୍ଗାଟ ଏବଂ ହାଟବେ ଅଞ୍ଚଳରେ 25ଟି NDRF ଟିମ ମୃତୟନ ହୋଇଛି ।

ଆସନ୍ତୁ ଜାଣିବା, ବାତ୍ୟା 'ଆସିନ'କୁ ନେଇ 10 ବଡ ଅପଡେଟ୍
- ଏହା ବର୍ତ୍ତମାନ ନିକୋବର ଦ୍ୱୀପପୁଞ୍ଜରଠୁ 250 କିଲୋମିଟର ଦୂରରେ ରହିଛି ।
- ଆଜି ସନ୍ଧ୍ୟା ସୁଦ୍ଧା ଏହା ବାତ୍ୟାରେ ପରିଣତ ହେବାର ସମ୍ଭାବନା ଅଛି ।
- ପୋର୍ଟ ବ୍ଲେୟାରରେ NDRF ଟିମ ନିୟୋଜିତ ହୋଇଛନ୍ତି ।
- 75 କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି ।
- ପର୍ଯ୍ୟଟକ ତଥା ମତ୍ସଜୀବିମାନଙ୍କୁ ସମୁଦ୍ର ବାରଣ କରାଯାଇଛି ।
- ବାତ୍ୟା ସମୟରେ ବିଦ୍ୟୁତ ସରବରାହ ହୋଇପାରେ ଏବଂ ବର୍ଷା ହେତୁ ବନ୍ୟା କିମ୍ବା ଭୂସ୍ଖଳନ ଭଳି ଘଟଣାର ସମ୍ଭାବନା ଅଛି ।
- ବାତ୍ୟାକୁ ମୁକାବିଲା କରିବା ପାଇଁ ସରକାର ସମସ୍ତ ପ୍ରସ୍ତୁତି ଉପରେ ନଜର ରଖିଛନ୍ତି।
- ଜାହାଜ, ବିମାନ, ହେଲିକପ୍ଟର, ବିପର୍ଯ୍ୟୟ ପରିଚାଳନା ଦଳକୁ ସଜାଗ ରଖାଯାଇଛି।
- ମାର୍ଚ୍ଚ 22 ପର୍ଯ୍ୟନ୍ତ ସମସ୍ତ ଦ୍ୱୀପ ସେବା ବାତିଲ କରାଯାଇଛି ।
- ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବାତ୍ୟା 'ଆସିନ'ର ପ୍ରଭାବ ଓଡିଶାରେ ନାହିଁ ।












Click it and Unblock the Notifications