ଆରମ୍ଭ ହୋଇଯିବ ଶ୍ରାବଣ ମାସ, କାଉଡ଼ିଆଙ୍କ ପାଇଁ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ କରାଗଲା ସ୍ବତନ୍ତ୍ର ବ୍ୟବସ୍ଥା

ଆରମ୍ଭ ହୋଇଯିବ କାଉରି ଯାତ୍ରା ।ଦିନକ ପରେ ଶ୍ରାବଣ ମାସ ପ୍ରଥମ ସୋମବାର। ହଜାର ହଜାର କାଉଡ଼ିଆଙ୍କୁ ଦୃଷ୍ଟିରେ ରଖି ଏଥିପାଇଁ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରଶାସନ ଓ ଏଏସ୍‌‌ଆଇ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ରାଜଧାନୀସ୍ଥିତ ଶ୍ରୀଲିଙ୍ଗରାଜ ମନ୍ଦିର, ମେଘେଶ୍ୱର ମନ୍ଦିର, ବ୍ରହ୍ମେଶ୍ୱର ମନ୍ଦିର, ଚିନ୍ତାମଣିଶ୍ୱର ମନ୍ଦିର ଲାଗି ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

Kanwariyas

ଏଥିପାଇଁ ପୂର୍ବରାତି ଅର୍ଥାତ୍‌‌ ରବିବାର ରାତି ୩ ଟାରେ ମନ୍ଦିର ପହଡ଼ ଖୋଲିବାପରେ ସାଢ଼େ ୩ ଟାରେ ଶ୍ରୀଲିଙ୍ଗରାଜଙ୍କ ମଙ୍ଗଳଆଳତି ଓ ଅବକାଶ ନୀତି ସମ୍ପାଦନ ପରେ ଭୋଗ ୪ ଟାରେ ଶ୍ରଦ୍ଧାଳୁଙ୍କ ଲାଗି ସାହାଣମେଲା ଦର୍ଶନ ଆରମ୍ଭ ହେବ। ଭକ୍ତଙ୍କ ସମାଗମକୁ ଦୃଷ୍ଟିରେ ରଖି ବ୍ୟାରିକେଡ୍‌‌ର ବ୍ୟବସ୍ଥା କରାଯାଇଛି। ସ୍ୱତନ୍ତ୍ର ଧାଡ଼ିରେ କାଉଡ଼ିଆମାନେ ଛିଡ଼ା ହୋଇ କିଭଳି ଶୃଙ୍ଖଳିତ ଭାବରେ ଜଳଲାଗି କରିବେ ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ପଦକ୍ଷେପ ନିଆଯାଇଛି।

କାଉଡ଼ିଆ ଶ୍ରୀଲିଙ୍ଗରାଜଙ୍କ ନିକଟରେ ଜଳ ଲାଗି କରିବାକୁ ଗଙ୍ଗାଯମୁନା ମନ୍ଦିର ରାସ୍ତାଦେଇ ଲିଙ୍ଗରାଜ ପ୍ଲାଜା ଭିତରେ ପଶି ସିଂହଦ୍ୱାର, ସିଂହଦ୍ୱାର ପାଖରୁ ଆଡ଼କାଠ ନିକଟକୁ ଯିବାର ବ୍ୟବସ୍ଥା ହୋଇଛି। ଗର୍ଭଗୃହ ମଧ୍ୟକୁ ପ୍ରବେଶ ନିଷେଧ ଥିବାବେଳେ ଆଡ଼କାଠ ନିକଟରେ ରହିଥିବା ଲୋଧାରେ ପାଣି ଢାଳିବେ।

କାଉଡ଼ିଆମାନେ ଜଳଲାଗି କରିବା ପରେ ଲିଙ୍ଗରାଜଙ୍କ ଦର୍ଶନ କରି ପାରିବେ। ଶାନ୍ତଶୃଙ୍ଖଳା ନିମନ୍ତେ ମନ୍ଦିର ବାହାରେ ପୁଲିସ୍‌‌ ଫୋର୍ସ ମୁତୟନ ହେବା ସାଙ୍ଗକୁ ମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହି ପରିଚାଳନା କରିବେ। ସେହିପରି ମନ୍ଦିର ଭିତରେ ପତ୍ର, ଫୁଲ, କଳସୀ ଆଦି ସଫା କରିବା ପାଇଁ ଏଏସ୍‌‌ଆଇ ପକ୍ଷରୁ କର୍ମଚାରୀ ଓ ସ୍ୱେଚ୍ଛାସେବୀଙ୍କୁ ମୁତୟନ କରାଯିବ। ପ୍ରତ୍ୟେକ ବର୍ଷ ପରି ଏବର୍ଷ ମଧ୍ୟ ମନ୍ଦିରକୁ ଛୁରି, ପଲିଥିନ୍‌‌ ଓ ପ୍ଲାଷ୍ଟିକ୍‌‌ ସାମଗ୍ରୀ ବାରଣ କରାଯିବା ସାଙ୍ଗକୁ ଜଳଲାଗି ସମୟରେ ପାନ, ଗୁଟ୍‌‌ଖା, ମାଦକ ଦ୍ରବ୍ୟ ସେବନକରି ମନ୍ଦିର ଭିତରକୁ ଯିବା ଉପରେ କଟକଣା ରହିଛି।

ଜଳଲାଗି ସରିବା ପରେ ଉତ୍ତରଦ୍ୱାର ଦେଇ ମନ୍ଦିର ବାହାରକୁ ପ୍ରସ୍ଥାନ କରିବାର ବ୍ୟବସ୍ଥା ହୋଇଛି। ତେବେ କାଉଡ଼ିଆଙ୍କ ପାଇଁ ମନ୍ଦିର ନିକଟରେ ଅସ୍ଥାୟୀ ରହଣିସ୍ଥଳର ବ୍ୟବସ୍ଥା କରାଯାଇଛି। ସେହିପରି ମେଘେଶ୍ୱର, ବ୍ରହ୍ମେଶ୍ୱର ମନ୍ଦିରକୁ ମଧ୍ୟ ଭକ୍ତ ଦର୍ଶନ ପାଇଁ ଯାଇପାରିବେ। କାଉଡ଼ିଆମାନେ କଟକ ଗଡ଼ଗଡ଼ିଆ ଘାଟ, ଦୟା ନଦୀ ଘାଟ, ମେଘେଶ୍ୱର ପୁଷ୍କରିଣୀ ଓ ବିନ୍ଦୁସାଗରରୁ ପାଣି ନେଇ ଜଳଲାଗି କରିଥାନ୍ତି। ରାଜଧାନୀର ଅନ୍ୟ ଶୈବ ପୀଠରେ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+