For Quick Alerts
Turn On Notification  
For Daily Alerts
Oneindia App Download

ବୁର୍ଲା ଭିସୁଟରେ 25 ଛାତ୍ର କରୋନା ଆକ୍ରାନ୍ତ

ସମ୍ବଲପୁର ଜିଲ୍ଲା ବୁର୍ଲାର ବୀର ସୁ‌ରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିସୁଟ)ର 25 ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

|

ଭୁବନେଶ୍ୱର : ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିକଙ୍କ ସଂଖ୍ୟା । ସମ୍ବଲପୁର ଜିଲ୍ଲା ବୁର୍ଲାର ବୀର ସୁ‌ରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିସୁଟ)ର 25 ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

corona-virus

ସୂଚନା ଅନୁଯାୟୀ, ଦୁଇ ଦିନ ମଧ୍ୟରେ ଏହାର 3ଟି ହଷ୍ଟେଲର 25 ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି 24 ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସଂକ୍ରମିତ ଛାତ୍ରମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।

ଏନେଇ ଉପଜିଲ୍ଲାପାଳ ହଷ୍ଟେଲରେ ସ୍ଥିତି ସମୀକ୍ଷା କରିଛନ୍ତି । ଏହା ପରେ ହଷ୍ଟେଲରୁ ବାହାରକୁ ନଯିବା ପାଇଁ କୁହାଯିବା ସହ ହଷ୍ଟେଲରେ ଛାତ୍ରମାନଙ୍କୁ ସବୁ ସୁବିଧା ଯୋଗାଇ ଦେବାକୁ ଭିସୁଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରୀକ୍ଷା ଚାଲିଥିବା ଛାତ୍ରଛାତ୍ରୀଙ୍କ ଭିତରେ କେହି କରୋନା ଆକ୍ରାନ୍ତ ନାହାନ୍ତି । ତେଣୁ ଅବାଧରେ ପରୀକ୍ଷା ଚାଲିପାରିବ ବୋଲି ଭାରପ୍ରାପ୍ତ କୁଳପତି ବିଭୂତିଭୂଷଣ ପତି ସୂଚନା ଦେଇଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
As many as 25 students tested COVID Positive in VSSUT.
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X