ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି
ନବୀନ ନିବାସ ଚାରିପଟେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା। ଅରବିନ୍ଦଙ୍କ ସମର୍ଥକ ପାଟକୁରାରୁ ଆସୁଥିବା ସୂଚନା ପରେ ସୁରକ୍ଷା ବଢ଼ିଛି। ଅନ୍ୟପଟେ, ଶଙ୍ଖଭବନ ଆଗରେ ଅରବିନ୍ଦ ମହାପାତ୍ରଙ୍କ ସମର୍ଥକଙ୍କ ମେଳି ଦେଖିବାକୁ ମିଳିଛି। ବିରାଟ ପଟୁଆରରେ ପାଟକୁରାରୁ ଆସିଛନ୍ତି ଅରବିନ୍ଦଙ୍କ ଶହ ଶହ ସମର୍ଥକ। ବିଜେଡିରୁ ଅରବିନ୍ଦଙ୍କ ନିଲମ୍ବନକୁ ବିରୋଧ କରି ସମର୍ଥକ ମେଳି ହୋଇଥିବା ଜଣାପଡିଛି।

ସଳଚନାଯୋଗ୍ୟ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କୁ ବିଜେଡିରୁ ନିଲମ୍ବନ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟ କରୁଥିବା ଦର୍ଶାଇ ବିଜେଡି ସଭାପତି ନବୀନ ପଟ୍ଟନାୟକ ଅରବିନ୍ଦଙ୍କୁ ଦଳରୁ ନିଲମ୍ବନ କରିଛନ୍ତି। ଯାହାକୁ ନେଇ ପାଟକୁରାବାସୀ ଅସନ୍ତୁଷ୍ଟ ଅଛନ୍ତି।












Click it and Unblock the Notifications