ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱ ନେଲେ ଡ. ଅରବିନ୍ଦ ପାଢ଼ୀ
ପୁରୀ: ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ଡ. ଅରବିନ୍ଦ ପାଢ଼ୀ । ବୀର ବିକ୍ରମ ଯାଦବ ଛୁଟିରେ ଯାଇଥିବାରୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭାବେ ଅତିରିକ୍ତ ଦାୟିତ୍ୱ ନେଲେ ଅରବିନ୍ଦ ପାଢ଼ୀ ।

ସେ ଶ୍ରୀମନ୍ଦିରର ଦାୟିତ୍ୱ ଗ୍ରହଣ କରିବା ପରେ ମହାପ୍ରଭୁଙ୍କୁ ଦର୍ଶନ କରି ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଅରବିନ୍ଦ ପାଢ଼ୀ ୨୦୧୪ରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଦାୟିତ୍ୱରେ ରହିଥିଲେ। ଆଇ ଏଏସ ଅଧିକାରୀ ବୀର ବିକ୍ରମ ଯାଦବଙ୍କ ଅନୁପସ୍ଥିତିରେ ଅରବିନ୍ଦ ପାଢ଼ୀ ଦାୟିତ୍ୱ ତୁଲାଇବେ। ଆଗକୁ ରଥଯାତ୍ରାର ଦାୟିତ୍ୱ କିଭଳି ଶାନ୍ତିଶୃଙ୍ଖଳାରେ ହେବ, ସେ ତାହା ଉପରେ ଧ୍ୟାନ ଦେବେ। ଏଥିସହିତ ସେ କୃଷି ବିଭାଗର ପ୍ରମୁଖ ସଚିବ ଭାବେ ବି କାର୍ଯ୍ୟ କରିବେ।












Click it and Unblock the Notifications