ବିଜେଡିକୁ ଖୋଲା ଚାଲେଞ୍ଜ କଲେ ଅରବିନ୍ଦ, କହିଲେ ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସ
ନିଲମ୍ବନ ପରେ ଦଳର ଅଭିଯୋଗକୁ ଖୋଲା ଆହ୍ୱାନ ଦେଲେ ବିଧାୟକ ଅରବିନ୍ଦ ମହାପାତ୍ର । ଅରବିନ୍ଦ କହିଛନ୍ତି, କେତେବେଳେ ଆଣ୍ଟିପାର୍ଟି, କେତେବେଳେ ମିଡ୍ ଡେ ଅପରେସନ ଆରୋପ । ଏମପି ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣ ଆରୋପ ।ଏହା ଭିତରୁ କେଉଁଠି ଠିକ୍, ନା ତାଲିକା ଆଗକୁ ବଢ଼ିବ ବୋଲି କହି ସେ ତାଚ୍ଛଲ୍ୟ କରିଛନ୍ତି ।

ତେବେ ନବୀନ ପଟ୍ଟନାୟକଙ୍କୁ ଏଭଳି ତଥ୍ୟ କିଏ ଦେଉଛି ତାହା ଜାଣିବାକୁ ଚାହୁଁଛନ୍ତି ବୋଲି ସେ କହିଥିଲେ । ନବୀନ ବାବୁ ଶେଷ ଦେଖାରେ ବାପା କିପରି ଅଛନ୍ତି ପଚାରିଥିଲେ । ଯଦି ମୁଁ କିଛି ଭୁଲ କରୁଥିଲି, ସେତେବେଳେ କହିପାରି ଥାନ୍ତେ । କୌଣସି ଆରୋପର କାହା ସହ କାହାର ତାଳମେଳ ରହୁନି । ଅନ୍ୟପଟେ ଯେଉଁ MLA ପାଣ୍ଠି ଖର୍ଚ୍ଚକୁ ହେରଫେର ଅଭିଯୋଗର ଖୋଲା ବିତର୍କ ଚାହୁଁଛି ।ଯଦି ତ୍ରୁଟି କରିଛି, ଗଣମାଧ୍ୟମ ସାମ୍ନାରେ ଖୋଲା ବିତର୍କକୁ ଆସନ୍ତୁ ।
ନବୀନ ବାବୁଙ୍କୁ ଦେଖା କରିବାକୁ ଲକ୍ଷ୍ୟ ରଖିଥିଲି । ହେଲେ ନବୀନ ବାବୁ କାଲି କହି ସାରିବା ପରେ ଆଉ କାହିଁକି ଦେଖା କରିବି ଜାଣିପାରୁନି । ନବୀନ ବାବୁଙ୍କୁ ଡାଟା କିଏ ଦେଉଛି, କେଉଁ ବିଷୟକୁ ଆଧାର କରି କହିଲେ ତାହା ଜାଣି ନାହିଁ ବୋଲି ସେ କହିଛନ୍ତି । ତେବେ ଅରବିନ୍ଦଙ୍କ ଏହି ଚାଲେଞ୍ଜ ପରେ ନବୀନ ପଟ୍ଟନାୟକଙ୍କ ଉତ୍ତର କଣ ରହିବ ତାହା ଦେଖିବାକୁ ବାକି ରହିଲା ।












Click it and Unblock the Notifications