ପୋଲିସ ଡିଜି ଭାବେ ଦାୟିତ୍ୱ ନେଲେ ଅରୁଣ ଷଡ଼ଙ୍ଗୀ
ଭୁବେନେଶ୍ୱର: ୧୯୯୦ ବ୍ୟାଚର IPS ଅରୁଣ ଷଡ଼ଙ୍ଗୀଙ୍କ ଡିଜିପି ଦାୟିତ୍ୱ ଗ୍ରହଣ କରିଛନ୍ତି । ପୋଲିସ ମୁଖ୍ୟାଳୟରେ ଇନଚାର୍ଜ ଡିଜିପି ଭାବେ ଅରୁଣ ଷଡ଼ଙ୍ଗୀଙ୍କୁ ଦାୟିତ୍ୱ ହସ୍ତାନ୍ତର କରିଛନ୍ତି ସୁନୀଲ ବଂଶଲ । BPSPAର ନିର୍ଦ୍ଦେଶକ ସହ ଅତିରିକ୍ତ ଦାୟିତ୍ୱ ତୁଳାଇବେ । ତେବେ ନୂଆ ଡିଜିପି ନିଯୁକ୍ତ ହେବା ପର୍ଯ୍ୟନ୍ତ ଏହି ଦାୟିତ୍ୱ ସମ୍ଭାଳିବେ ଅରୁଣ ଷଡଙ୍ଗୀ ।

1990 ବ୍ୟାଚ୍ର IPS ଅଫିସର ହେଉଛନ୍ତି ଅରୁଣ । ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଅଛନ୍ତି ଅରୁଣ ଷଡ଼ଙ୍ଗୀ । BPSPAର ନିର୍ଦ୍ଦେଶକ ସହ ଡିଜିପି ଦାୟିତ୍ୱ ତୁଲାଇବେ ଅରୁଣ ଷଡ଼ଙ୍ଗୀ ।
ଡିସେମ୍ବର 31 ରେ ଅବସର ନେବେ ଓଡ଼ିଶା ପୋଲିସ ଡିଜି ସୁନୀଲ ବଂଶଲ । ଏହାପରେ ରାଜ୍ୟକୁ ନୂଆ ଡିଜିପି ଦାୟିତ୍ୱ ମିଳିବ । କିନ୍ତୁ ବର୍ତ୍ତମାନ ଅରୁଣ ଷଡ଼ଙ୍ଗୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ଓଡ଼ିଶା ସରକାର ଡିଜିପି ପଦ ପାଇଁ 5 ଜଣ ବରିଷ୍ଠ ଆଇପିଏସଙ୍କ ନାଁ UPSCକୁ ସୁପାରିସ କରିଥିବା ଜଣାଯାଇଛି । ଏମାନଙ୍କ ମଧ୍ୟରୁ 5 ଆଇପିଏସ୍ ହେଲେ ବି. ରାଧିକା, ୱାଇ.ବି. ଖୁରାନିଆ, ଏ.ଏମ୍. ପ୍ରସାଦ, ଅରୁଣ ଷଡ଼ଙ୍ଗୀ ଓ ସୁଧାଂଶୁ ଷଡ଼ଙ୍ଗୀ ।












Click it and Unblock the Notifications