ମହାନଦୀକୁ ନେଇ କୃତ୍ରିମ ବିବାଦ ସୃଷ୍ଟି କରାଯାଇଥିଲା', AG ପୀତାମ୍ବର ଆଚାର୍ଯ୍ୟ

ମହାନଦୀକୁ ନେଇ ସୃଷ୍ଟି କରାଯାଇଥିଲା କୃତ୍ରିମ ବିବାଦ । ଦାମୀ ଓକିଲ ପୋଷିବାକୁ ହୋଇଥିଲା ଯୋଜନା । ଏବେ ରାଜ୍ୟରେ ବିଜେପି ସରକାର ଆସିବା ପରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ମହାନଦୀ ପାଣିକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଥିବା ବେଳେ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ଏଭଳି ପ୍ରତିକ୍ରିୟା ରଖିଛନ୍ତି ।

AG Pitambara Acharya

କେନ୍ଦ୍ର ସରକାରଙ୍କ ମଧ୍ୟସ୍ଥତାରେ ସମାଧାନ ପାଇଁ ପ୍ରୟାସ ହେଉଛି । ମହାନଦୀ ପାଣିକୁ ନେଇ ବର୍ଷ ବର୍ଷ ଧରି ଦୁଇ ରାଜ୍ୟ ମଧ୍ୟରେ ବିବାଦ ଲାଗି ରହିଛି । କେତେବେଳେ ଛତିଶଗଡ଼ ବ୍ୟାରେଜ ନିର୍ମାଣ କରୁଛି ତ କେତେବେଳେ ପାଣି ଛାଡ଼ୁନାହିଁ । ଏହି ମାମଲାର ସମାଧାନ ପାଇଁ ଏବେ ଉଦ୍ୟମ ଆରମ୍ଭ କରିଛନ୍ତି ମୋହନ ମାଝୀଙ୍କ ସରକାର । ମେଡିଏସନ ଲ' ବା ମଧ୍ୟସ୍ଥତା ମାଧ୍ୟମରେ ବିଭିନ୍ନ ମକଦ୍ଦମାକୁ ସମାଧାନ କନସେପ୍ଟ ନେଇ ଆଗକୁ ବଢିବାକୁ ଯୋଜନା କରାଯାଉଛି । ଏନେଇ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଓ ଆଡଭୋକେଟ୍ ଜେନେରାଲ ପିତାମ୍ବର ଆଚାର୍ଯ୍ୟ ସାମ୍ବାଦିକ ସମ୍ମିଳନୀ କରିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+