ଅହଙ୍କାର ଅଟକାଇଛି ୩ ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନା; ଖୋଲିଦେଲେ ଗୁମର ନଡ୍ଡା
ଅହଂଭାବ ଯୋଗୁଁଁ ଓଡ଼ିଶା, ପଶ୍ଚିମବଙ୍ଗ ଓ ଦିଲ୍ଲୀରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇନାହିଁ। ଏବେ ଓଡ଼ିଶାରେ ବିଜେପି ସରକାର ଆସିଥିବାବେଳେ ଆଜିଠାରୁ ଏଠାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ ହୋଇଛି। ସେହିପରି ଦିଲ୍ଲୀରେ ମଧ୍ୟ ବିଜେପି ସରକାର ଆସିଛି। ଖୁବ ଶୀଘ୍ର ଦିଲ୍ଲୀରେ ବି ଆୟୁଷ୍ମାନ ଯୋଜନା ଲାଗୁ ହେବ। ଅପରପକ୍ଷରେ ପଶ୍ଚିମବଙ୍ଗରେ ମଧ୍ୟ ଆୟୁଷ୍ମାନ ଯୋଜନା ଲାଗୁ କରାଯିବା ନେଇ ଯୋଜନା ପ୍ରସ୍ତୁତ ହୋଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପ୍ରକାଶ କରିଛନ୍ତି।

କଟକ ଆୟୁଷ୍ମାନ ମଞ୍ଚରୁ ୨ରାଜ୍ୟର ପୂର୍ବ ସରକାର ଏବଂ ପଶ୍ଚିମବଙ୍ଗ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ଏସବୁ ୩ଟି ରାଜ୍ୟରେ ଆୟୁଷ୍ମାନ ଯୋଜନା ଲାଗୁ ହୋଇନଥିବାରୁ ଟାର୍ଗେଟ କରିଛନ୍ତି। ଜେପି ନଡ୍ଡା କହିଛନ୍ତି ଯେ ୨୦୧୮ରେ ରାଞ୍ଚରେ ଆୟୁଷ୍ମାନ ଭାରତ ଯୋଜନା ଶୁଭାରମ୍ଭ ହୋଇଥିଲା। ଆୟୁଷ୍ମାନ ଯୋଜନା ୩ଟି ରାଜ୍ୟ ଲାଗୁ କରିନଥିଲେ। ସେଥିମଧ୍ୟରୁ ଗୋଟିଏ ଥିଲା ଓଡ଼ିଶା। ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାରମ୍ବାର କହିଥିଲି। ନବୀନଙ୍କୁ ବୁଝାଇବାକୁ ଜୁଏଲ ଓରାମ୍ଙ୍କୁ ବି କହିଥିଲି। କିନ୍ତୁ ଅହଂଭାବ ଯୋଗୁଁଁ ନବୀନ ଏହାକୁ ଲାଗୁ କଲେନାହିଁ। ନବୀନ ଓଡ଼ିଶାବାସୀଙ୍କ କଥା ଶୁଣିଲେ ନାହିଁ। ତେଣୁ ତାଙ୍କୁ ଲୋକେ ଘରେ ବସାଇଦେଲେ। ଆଜି ଓଡ଼ିଶାରେ ଆୟୁଷ୍ମାନ ଯୋଜନା ଲାଗୁ ହେଲା।
ସେହିପରି ଦିଲ୍ଲୀରେ ବି ଲାଗୁ କରିବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ କରିଥିଲି। କିନ୍ତୁ ଜେଜରିୱାଲ ଶୁଣିଲେନାହିଁ ଏବଂ ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କଲେ ନାହିିଁ। ଲୋକେ ଉଚିତ ଯବାବ ଦେଲେ ଏବଂ ଏବେ ଦିଲ୍ଲୀରେ ଆମ ସରକାର ଗଠନ ହୋଇଛି। ଦିଲ୍ଲୀରେ ଆୟୁଷ୍ମାନ ଯୋଜନା ଲାଗୁ କରିବୁ।
ପଶ୍ଚିବବଙ୍ଗ ସରକାର ବି ଆୟୁଷ୍ମାନ ଯୋଜନା ଲାଗୁ କରିନାହିଁ, ସମୟ ଆସିଛି ସେଠି ବି ପଦ୍ମ ଫୁଟିବ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ପଶ୍ଚିିମବଙ୍ଗରେ ବି ଲାଗୁ କରିବୁ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା ପ୍ରକାଶ କରିଛନ୍ତି।












Click it and Unblock the Notifications