ବିଜେଡି ନେତା ଏନ୍.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଜାରି ହେଲା ଗିରଫ ପରୱାନା
ଅଡ଼ୁଆରେ ବିଜେଡି ନେତା । ବିଜେଡି ନେତା ଏନ୍.ଭାସ୍କର ରାଓଙ୍କ ସମେତ ୬ ଜଣଙ୍କ ନାଁରେ ଜାରି ହେଲା ଗିରଫ ପରୱାନା(NBW)। ବହୁ ଚର୍ଚ୍ଚିତ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗି ହତ୍ୟା ମାମଲାର ୧୪ ବର୍ଷ ୧୧ ମାସ ପରେ ରାୟଗଡ଼ା ଏସ୍ଡିଜେଏମ୍ କର୍ଟ ଜାରି କରିଛନ୍ତି ଗିରଫ ପରୱାନା। ପୂର୍ବତନ ରାଜ୍ୟସଭା ସାଂସଦ ଓ ରାୟଗଡ଼ା ଜିଲ୍ଲା ବିଜେଡି ସଭାପତି ଏନ.ଭାସ୍କର ରାଓ, ୱାଇ. ଭେଙ୍କଟ ରାଓ(କଣ୍ଡାବାବୁ), ଏନ ଆଦିନାରାୟାନା, କେ.କ୍ରିଷ୍ଣା ରାଓ, ଇପିଲି ସନ୍ନ୍ୟାସୀ ରାଜୁ, ପେଦେନା ଦିଲୀପ କୁମାରଙ୍କ ନାଁରେ ଜାରି ହୋଇଛି (NBW)।

୨୦୧୩ ମସିହା ଡ଼ିସେମ୍ବର ୧୫ ତାରିଖରେ ରାୟଗଡା ଜିଲ୍ଲାର ବରିଷ୍ଠ ଆଦିବାସୀ ନେତା ଭାଗିରଥୀ ମାଣ୍ଡାଙ୍ଗୀ ହଠାତ୍ ନିଖୋଜ ହୋଇଯାଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କ ମୃତଦେହ ଆନ୍ଧ୍ରପ୍ରଦେଶରୁ ମିଳିଥିଲା। ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇ ସେଠାରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଥିଲା। ସେତେବେଳେ ରାଜ୍ୟରେ ବିଜେଡି ସରକାର ଚାଲିଥିବାରୁ ପୁଲିସ୍ ଜାଣିଶୁଣି ଅଭିଯୁକ୍ତଙ୍କୁ ଧରୁନଥିଲା। ଯେଉଁଥିପାଇଁ ଏକ ବଡ ଧରଣର ଆନ୍ଦୋଳନ ମୁଣ୍ଡ ଟେକିଥିଲା। ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ରାଜ୍ୟ ସରକାର କ୍ରାଇମ୍ ବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତା'ପରେ ମାମଲାର ତଦନ୍ତ କ୍ରାଇମ୍ବ୍ରାଞ୍ଚ କରୁଛି।












Click it and Unblock the Notifications