ଚଳିତ ମାସ ଶେଷ ସୁଦ୍ଧା ଶ୍ରୀଜିଉଙ୍କ ଧାଡ଼ି ଦର୍ଶନ ବ୍ୟବସ୍ଥା, ସୂଚନା ଦେଲେ ମନ୍ତ୍ରୀ
ଚଳିତ ମାସ ଶେଷ ସୁଦ୍ଧା ଶ୍ରୀଜିଉଙ୍କ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ସୂଚନା ଦେଲେ ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ବ୍ରହ୍ମପୁରରେ ତାରାତାରେଣୀ ଦର୍ଶନ ବେଳେ ଏହି ସୂଚନା ଦେଇଛନ୍ତି ଆଇମନ୍ତ୍ରୀ।

କହିଛନ୍ତି ସପ୍ତାହେ ମଧ୍ୟରେ ଶ୍ରୀମନ୍ଦିର ପରିଚାଳନା କମିଟି ହୋଇଯିବ। ଏହା ପରେ ହୁଣ୍ଡି ଉଠାଇବା ନୀତି ଅନୁଷ୍ଠିତ ହେବ। ପରିଚାଳନା କମିଟିର ପ୍ରସ୍ତାବ ଓ ସରକାରଙ୍କ ଅନୁମତି ପରେ ହୁଣ୍ଡି ସ୍ଥାନାନ୍ତର ହେବ।
ଧାଡ଼ି ଦର୍ଶନ ପାଇଁ ସମସ୍ତ ବ୍ୟବସ୍ଥା ସରିଥିବା କହିଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଶୃଙ୍ଖଳିତ ଦର୍ଶନ ପାଇଁ ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ ।












Click it and Unblock the Notifications