ରାଜଧାନୀ ଭୁବନେଶ୍ୱରରେ ଖୋଲିବ ୫୦ଟି ମିନିପାର୍କ

Around 50 Mini Parks Will Be Opening At Bhubaneswar:ରାଜଧାନୀ ଭୁବନେଶ୍ୱରରେ ଖୋଲିବ ୫୦ଟି ମିନିପାର୍କ.

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଖୋଲିବ ୫୦ଟି ମିନିପାର୍କ । ସହରାଞ୍ଚଳରେ ସବୁଜିମା ପରିବେଶ ବୃଦ୍ଧି ସହିତ ସହରବାସୀଙ୍କ ପାଇଁ ଏହି ପାର୍କ ନିର୍ମାଣ କରାଯିବ । ରାଜ୍ୟ ସରକାରଙ୍କ 'ମୁକ୍ତା' ଯୋଜନାରେ ଏହି ପାର୍କଗୁଡ଼ିକୁ ନିର୍ମାଣ କରାଯିବ । ପ୍ରତି ପାର୍କ ପିଛା ୩୫ରୁ ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ । ପାର୍କଗୁଡ଼ିକ ଅଧ ଏକର କିମ୍ବା ଏହାଠାରୁ କମ୍‍ ସ୍ଥାନରେ ନିର୍ମାଣ କରାଯିବ। ଖୁବ ଶିଘ୍ର ପାର୍କ ଗୁଡିକର ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବା ବୋଲି ବିଏମସି ପୟକ୍ଷରୁ ସୂଚନା ଦିଆଯାଇଛି । ପାର୍କଗୁଡ଼ିକ ନିର୍ମାଣ ପାଇଁ ବିଭାଗୀୟ ଯନ୍ତ୍ରୀଙ୍କ ନାମରେ ୱାର୍କ ଅର୍ଡର ମଞ୍ଜୁର କରାଯିବା ପରେ କାର୍ଯ୍ୟ ଆରମ୍ଭ ହେବ ।

mini park

ଏହାସହ ଏସ୍‍ଏଚ୍‍ଜିଗୁଡ଼ିକୁ ମଧ୍ୟ ଏହାର ଦାଇତ୍ୱ ଦିଆଯିବ । ଯେଉଁଥି ପାଇଁ ଏସ୍‍ଏଚ୍‍ଜିଗୁଡ଼ିକୁ ପ୍ରକଳ୍ପ ମୂଲ୍ୟରୁ ୭.୫ ପ୍ରତିଶତ ଅର୍ଥ ପ୍ରଦାନ କରାଯିବ । ପାର୍କରେ ପିଲାମାନଙ୍କ ଖେଳିବା ପାଇଁ ଓ ବ୍ୟାମ ପାଇଁ ସରଞ୍ଜାମ ମଧ୍ୟ ରହିବ । ସେହିପରି ଜଗିଂ ଟ୍ରାକ୍ ,ଶୌଚାଳୟ ,ଲାଇଟ୍ , ବେଞ୍ଚ୍ ଆଦିର ବ୍ୟବସ୍ଥା କରାଯିବ । ବର୍ତ୍ତମାନ ବିଏମ୍‍ସି ଅଧୀନରେ ୭୧ ଟି ପାର୍କ ରହିଥିବା ବେଳେ ପାର୍କଗୁଡ଼ିକର ପବ୍ଲିକ୍‍ ପ୍ରାଇଭେଟ୍‍ ପାର୍ଟନର୍‍ସିପ୍‍ ବା ପିପିପି ମୋଡ୍‍ରେ ପରିଚାଳନା କରାଯାଉଛି । ମିଶନ୍‍ ଶକ୍ତି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ, ଅବାସିକ କଲ୍ୟାଣ ସଂଘ ପାର୍କଗୁଡ଼ିକର ପରିଚାଳନା ଦାଇତ୍ୱ ତୁଳାଉଛନ୍ତି ।

ସହରରେ ନିର୍ମାଣ ହେବାକୁ ଥିବା ନୂଆ ୫୦ଟି ପାର୍କରେ ଅଧିକ ସଂଖ୍ୟାରେ ଗଛ ଲଗାଯିବର ନିଷ୍ପତ୍ତି ନିଆଯାଇଛି । ପାର୍କ ନିର୍ମାଣ ଦ୍ୱାରା ଅନେକ ଲୋକ ସହଜରେ ଘର ପାଖରେ ବ୍ୟାମ୍ କରିବାର ସୁଯୋଗ ପାଇ ପାରିବେ । ଖୁବ ଶିଘ୍ର ପାର୍କ କାର୍ଯ୍ୟ ଶେଷ କରିବାର ଲକ୍ଷ୍ୟ ରଖିଛି ବିଏମ୍‍ସି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+