Get Updates
Get notified of breaking news, exclusive insights, and must-see stories!

ଅନ୍ୟଜାତିରେ ବିବାହ କରି ଗାଁରୁ ବାସନ୍ଦ ହେଲେ ସେନା ଅଧିକାରୀ

ଗଞ୍ଜାମ ପୋଲସରା କଲମ୍ବ ଗାଁରେ ଦେଖିବାକୁ ମିଳିଛି ଏହି ଭଳି ଏକ ଘଟଣା । ଅନ୍ୟ ଜାତିରେ ବିବାହ କରିବା ଯୋଗୁଁ ଗାଁରୁ ବାସନ୍ଦ ହୋଇଛନ୍ତି ଦୁଇ ଭାରତୀୟ ସେନା ଅଧିକାରୀ ।

ଗଞ୍ଜାମ: ଆଜିର ଆଧୁନିକ ଯୁଗରେ ବି ଭରି ରହିଛି ସାମାଜିକ କୁସଂସ୍କାର । ପୂର୍ବ ଭଳି କଙ୍ଗାରୁ କୋର୍ଟରେ ଲୋକଙ୍କୁ ଦିଆଯାଉଛି ଦଣ୍ଡ। ଗାଁରେ ଯାହା ସମସ୍ୟା ହେଉଛି ଗାଁ ମୁଖିଆ କରୁଛନ୍ତି ସମାଧାନ। ତେବେ ନିକଟରେ ଏକ ଇଣ୍ଟର କାଷ୍ଟ ବିବାହକୁ ନେଇ ସୃଷ୍ଟି ହୋଇଛି ବିବାଦ। ଗଞ୍ଜାମ ପୋଲସରା କଲମ୍ବ ଗାଁରେ ଦେଖିବାକୁ ମିଳିଛି ଏହି ଭଳି ଏକ ଘଟଣା । ଅନ୍ୟ ଜାତିରେ ବିବାହ କରିବା ଯୋଗୁଁ ଗାଁରୁ ବାସନ୍ଦ ହୋଇଛନ୍ତି ଦୁଇ ଭାରତୀୟ ସେନା ଅଧିକାରୀ ।

kangaru court

କଲମ୍ବ ଗାଁର ଅରୁଣ ପ୍ରଧାନ ଓ ବସନ୍ତ ପ୍ରଧାନଙ୍କ ଦୁଇ ପୁଅ ଭାରତୀୟ ସେନାରେ କାର୍ଯ୍ୟ କରନ୍ତି । ତେବେ ଦୁହେଁ ଅନ୍ୟ ଜାତିରେ ବିବାହ କରିଥିଲେ । ଏହାପରେ ଗାଁରେ ଆରମ୍ଭ ହୋଇଥିଲା ବିବାଦ । ଏହାକୁ ନେଇ ବର୍ତ୍ତମାନ ଦୁଇ ପରିବାରକୁ କଙ୍ଗାରୁ କୋର୍ଟ କରାଯାଇ ସମାଜିକ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି ।

ଖାଲି ସେତିକିରେ ସରିନି ଦଣ୍ଡ, ଏହି ବିବାହ ଭୋଜିରେ ସାମିଲ ହୋଇଥିବା ଲୋକଙ୍କୁ ଅର୍ଥ ଦଣ୍ଡରେ ଦଣ୍ଡିତ କରାଯାଇଛି । ତେବେ ଏଭଳି ବ୍ୟବହାର ଉଭୟଙ୍କୁ ବ୍ୟଥିତ କରିଛି । ଫଳରେ ଏହାକୁ ନେଇ ପୋଲସରା ଥାନାରେ ଏତଲା ଦିଆଯାଇଥିଲେ ଦୁଇ ଭାଇ। କିନ୍ତୁ କିଛି ଫଳ ମିଳି ନଥିଲା।
ଶେଷରେ ଗଞ୍ଜାମ ଜିଲ୍ଲାପାଳ ଏବଂ ଏସ୍.ପିଙ୍କୁ ଅଭିଯୋଗ କରିଛନ୍ତି ପରିବାର ବର୍ଗ । ଯଥାଶୀଘ୍ର ଏହି ସମସ୍ୟାର ସମାଧାନ ନକରାଗଲେ ହାଇକୋର୍ଟର ଦ୍ୱାରସ୍ଥ ହେବେ ବୋଲି କହିଛନ୍ତି ଅଭିଯୋଗକାରୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+