ଟିଫିନ ବୋମା ଖଞ୍ଜିଥିଲେ ନକ୍ସଲ; ନିଷ୍କ୍ରିୟ କଲେ ଯବାନ

କାଲିମେଳାରେ ଲ୍ୟାଣ୍ଡମାଇନ ଠାବ । ଲ୍ୟାଣ୍ଡମାଇନ ଠାବ କରି ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ। ଯବାନଙ୍କୁ ଟାର୍ଗେଟ କରି ଜଙ୍ଗଲ ଭିତରେ ନକ୍ସଲ ମାନେ ଲ୍ୟାଣ୍ଡମାଇନ ବିଛାଇଥିଲେ । ମାଲକାନଗିରି ଜିଲ୍ଲା କାଲିମେଳା ଥାନା ଅନ୍ତର୍ଗତ ବଡିଗାଟା ଠାରେ ଥିବା ୧୪୨ ବିଏସଏଫ ବାହିନୀର ଯବାନ ମାନେ ଭେଜାଙ୍ଗିୱାଡା ଅଞ୍ଚଳକୁ କୁମିଂ ଅପରେସନ ପାଇଁ ଯାଇଥିଲେ ।

ଗତକାଲି ବିଏସଏଫ୍ ଯବାନମାନେ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ କରୁଥିଲେ । ଏହି ସମୟରେ ଟିଫିନ ବୋମା ସହ ଡିଟୋନେଟର ଓ ବିଦ୍ୟୁତ୍ ତାର ଉଦ୍ଧାର କରିଥିଲେ। ପରେ ସୁରକ୍ଷାକର୍ମୀନେ ତାକୁ ନିଷ୍କ୍ରିୟ କରିଦେଇଥିଲେ ।

army defuse bomb

ଗୋମ୍ଫାକୋଣ୍ଡା କେନାଲ ରାସ୍ତା ଉପରେ କିଛି ବିଦ୍ୟୁତ ତାର ଦେଖିବାକୁ ପାଇଥିଲେ । ପରେ ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ସୁରକ୍ଷାକର୍ମୀ । ପ୍ରାୟ ଦେଢ କେଜି ଓଜନର ଲ୍ୟାଣ୍ଡମାଇନକୁ ମାଟି ତଳେ ପୋତି ରଖିଥିଲେ ମାଓବାଦୀ । ଲ୍ୟାଣ୍ଡମାଇନ ଠାବ ହେବା ପରେ ଏହାକୁ ନିଷ୍କ୍ରିୟ କରିଛନ୍ତି ସୁରକ୍ଷା କର୍ମୀ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+