ଅର୍ଚ୍ଚନା ନାଗଙ୍କ ଘର ସିଲ୍
ଭୁବନେଶ୍ଵର ସତ୍ୟନଗରସ୍ଥିତ ଅର୍ଚ୍ଚନା ନାଗଙ୍କ G+2 କୋଠାକୁ ଆଟାଚ କରିବା ସହିତ ତାହାକୁ ସିଲ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଶୁକ୍ରବାର ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ଘରେ ଚଢ଼ାଉ କରାଯିବା ସହିତ ଏହି ପଦକ୍ଷେପ ନିଆଯାଇଛି।

୨୦୨୨ ଅର୍ଥ କାରବାର ମାମଲାରେ କୋର୍ଟ ଅର୍ଚ୍ଚନାଙ୍କୁ ଘର ଛାଡ଼ିବାକୁ ନିର୍ଦେଶ ଦେଇଥିଲେ। ଏହା ପରେ ଇଡି ପକ୍ଷରୁ ମଧ୍ୟ ଅର୍ଚ୍ଚନାଙ୍କୁ ଉକ୍ତ ଘର ଛାଡ଼ିବାକୁ ନିର୍ଦେଶ ଦିଆଯାଇଥିଲା। ହେଲେ ସେ କୋର୍ଟଙ୍କ ନିର୍ଦେଶକୁ ଅବମାନନା କରିଥିଲେ। ତେଣୁ ଇଡି ପକ୍ଷରୁ ଅର୍ଚ୍ଚନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ଵରୂପ ତାଙ୍କ ଘରକୁ ଆଟାଚ କରାଯାଇଛି। ଆର୍ଥିକ ଅନିୟମିତତା ଆଇନ ୨୦୦୨ ଅଧୀନରେ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।












Click it and Unblock the Notifications