Get Updates
Get notified of breaking news, exclusive insights, and must-see stories!

ଲେଡି ବ୍ଲାକମେଲର ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ

ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁକୁ ଗିରଫ

ଭୁବନେଶ୍ୱର: ଅର୍ଚ୍ଚନା ନାଗର ବ୍ଲାକମେଲିଂ ମାମଲାରେ ଆଜି ସ୍ୱାମୀ ଜଗବନ୍ଧୁ ଗିରଫ କରିଛି ପୋଲିସ । ଅର୍ଚ୍ଚନା ବ୍ଲାକମେଲିଂ ଘଟଣାର ମାଷ୍ଟରମାଇଣ୍ତ କୁହାଯାଉଥିଲେ ସ୍ୱାମୀ ଜଗବନ୍ଧୁ । ଜଗବନ୍ଧୁଙ୍କୁ ପଚରଉଚରା କରୁଛି ପୋଲିସ । ଆଜି କମିଶନରେଟ୍ ପୋଲିସର ଏକ ସ୍ୱତନ୍ତ୍ର ଟିମ୍ ତାଙ୍କୁ ତାଙ୍କ ନିଜ ଘରୁ ଉଠାଇ ନେଇଛି ।

 Archana Nag

ଭୁବନେଶ୍ୱର ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ଦୁଇଟି ଏତଲା ହୋଇଥିଲା । ଖଣ୍ଡଗିରି ଥାନାରେ ଅଭିଯୋଗ ପରେ ପୋଲିସ୍‌ ଅର୍ଚ୍ଚନାଙ୍କୁ ଅକ୍ଟୋବର ୭ ତାରିଖରେ ଗିରଫ କରିଥିଲା । ବର୍ତ୍ତମାନ ତାଙ୍କୁ ଝାରପଡ଼ା ଜେଲରେ ରଖାଯାଇଛି । ଭୁବନେଶ୍ୱର ଏସଡିଜେଏମ୍ କୋର୍ଟ ତାଙ୍କ ଜାମିନ୍ ଆବେଦନକୁ ଖାରଜ କରି ଦେଇଛନ୍ତି । ଅର୍ଚ୍ଚନାଙ୍କ ବିରୋଧରେ ଅଶ୍ଲୀଳ ଭିଡିଓ ସୁଟ୍ କରିବା ସହ ବ୍ଲାକମେଲ୍ କରିବା, ହତ୍ୟା ଧମକ ଦେବା ପରି ସଙ୍ଗୀନ ଅଭିଯୋଗ ରହିଛି ।

ସୂଚନାଥାଉ ଯେ, ଅର୍ଚ୍ଚନାଙ୍କ ସହ ଥିଲା ଅନେକ ରାଜନୈତିକ ନେତା ଓ ବଡ଼ବଡ଼ିଆ ଲୋକଙ୍କ ଲିଙ୍କ । ସୋସିଆଲ ମିଡିଆରେ ଘୁରି ବୁଲୁଛି ଅନେକ ଫଟୋ । ଅର୍ଚ୍ଚନାଙ୍କୁ ଗିରଫ କରାଯିବା ପରେ ତାଙ୍କ ଘରକୁ ପୋଲିସ ଯାଇ ମୋବାଇଲ, ଟାବ୍‌ଲେଟ, ଲାପଟପ, ପେନ୍‌ଡ୍ରାଇଭ ପ୍ରଭୃତି ସମସ୍ତ ପ୍ରକାର ବୈଦ୍ୟୁତିକ ଯନ୍ତ୍ରପାତି ଜବତ କରି ଆଣିଛି । ଏହାକୁ ଯାଞ୍ଚ କରାଯାଉଛି । ତାଙ୍କ ପାସ୍ ବୁକ୍ ଓ ଅନ୍ୟାନ୍ୟ ଦସ୍ତାବିଜ୍ ଜବତ କରାଯାଇଛି । ତାଙ୍କୁ ପଚରାଉଚରା ପାଇଁ ରିମାଣ୍ଡରେ ଅଣାଯିବ। ତାଙ୍କ ବ୍ୟାଙ୍କ ଓ ସମ୍ପତ୍ତିର ଯାଞ୍ଚ କରାଯିବ । ବ୍ୟାଙ୍କ କାରବାର, ଫିକ୍ସ ଡିପୋଜିଟ୍ ପ୍ରଭୃତି ବାବଦରେ ତଥ୍ୟ ଦେବାକୁ ଆରବିଆଇକୁ ଚିଠି କରାଯାଇଛି । ତାଙ୍କ ନାମରେ କମ୍ପାନୀ ରହିଛି ନା ନାହିଁ, ଥିଲେ ଏ ବାବଦରେ ତଥ୍ୟ ଦେବାକୁ ରେଜିଷ୍ଟର ଅଫ୍ କମର୍ସକୁ ଚିଠି କରାଯାଇଛି । ଜମିଜମା ତଥ୍ୟ ଜାଣିବାକୁ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷଙ୍କ ସହାୟତା ଲୋଡ଼ା ଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+