ବିଜେଡି ଉପରେ ବର୍ଷିଲେ ଅର୍ଚ୍ଚନା ନାଗ୍, କହିଲେ ଗିରଫଦାରି ପଛରେ ବିଜେଡିର ଥିଲା ଷଡ଼ଯନ୍ତ୍ର
ବିଜେଡି ବିରୋଧରେ ଉପରେ ବର୍ଷିଲେ ଅର୍ଚ୍ଚନା ନାଗ। ଗତକାଲି ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଲିଖିତ ଅଭିଯୋଗ ପରେ ଆଜି ପ୍ରେସମିଟ୍ କରି ତାଙ୍କ ଗିରଫ ପଛର ଗୁମର ଖୋଲିଛନ୍ତି ଅର୍ଚନା। କହିଛନ୍ତି, ତାଙ୍କୁ ପଛରୁ ଛୁରୀ ମାରିଥିଲେ କିଛି ଆଗ ଧାଡ଼ିର ବିଜେଡି ନେତା ଓ ବରିଷ୍ଠ ପୋଲିସ ଅଧିକାରୀ।

ଆଜି ସେମାନଙ୍କ ନା ନେଇ ସେମାନଙ୍କ ବିରୋଧରେ ଖୋଲା ଅଭିଯୋଗ ଆଣିଛନ୍ତି ଅର୍ଚ୍ଚନା। ଅର୍ଚ୍ଚନା ଆହୁରି କହିଛନ୍ତି, ତାଙ୍କ ବିରୋଧରେ ଅଭିଯୋଗ ସଂପୂର୍ଣ୍ଣ ପ୍ରାୟୋଜିତ ଥିଲା। ଟଙ୍କା ଦେଇ ଅଭିଯୋଗକାରିଣୀଙ୍କୁ କିଣା ଯାଇଥିଲା। ଯାହାର ପ୍ରମାଣ ତାଙ୍କ ନିକଟରେ ରହିଛି।
ସେହିଭଳି ତାଙ୍କୁ ଜେଲରେ ନିର୍ଯାତନା ଦିଆଯାଉଥିବା, ତାଙ୍କୁ ରାଜ୍ୟ ଛାଡ଼ି ଚାଲିଯିବାକୁ ଚାପ ପକାଯାଉଥିବା, ତାଙ୍କୁ ପାଗଳି ବୋଲି ଜେଲରେ ସ୍ବୀକାର କରିବାକୁ ବାଧ୍ୟ କରାଯାଉଥିବା ନେଇ ଅନେକ ସଙ୍ଗୀନ ଅଭିଯୋଗ ଆଣଇଛନ୍ତି ଅର୍ଚ୍ଚନା ନାଗ।












Click it and Unblock the Notifications