ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଜି କମ୍ପିଲା ଗୃହ
ଆଜି ଥିଲା ବିଧାନସଭା ଶୀତ ଅଧିବେଶନର ୪ର୍ଥ ଦିନ । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଜି କମ୍ପିଲା ଗୃହ । ବିଜେପି ବିଧାୟକମାନେ ଅର୍ଚ୍ଚନା ନାଗ ମାମଲାରେ, ମୁଲତବୀ ପ୍ରସ୍ତାବ ଆଗତ କରିବା ସହ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।
ଭୁବନେଶ୍ୱର: ଆଜି ଥିଲା ବିଧାନସଭା ଶୀତ ଅଧିବେଶନର ୪ର୍ଥ ଦିନ । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଜି କମ୍ପିଲା ଗୃହ । ବିଜେପି ବିଧାୟକମାନେ ଅର୍ଚ୍ଚନା ନାଗ ମାମଲାରେ, ମୁଲତବୀ ପ୍ରସ୍ତାବ ଆଗତ କରିବା ସହ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏଥି ସହ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି ମଧ୍ୟ କରିଛନ୍ତି ବିରୋଧୀ । ଅର୍ଚ୍ଚନା ନାଗ ମାମଲାରେ ଥାନାରେ କେଉଁ ସବୁ ଦଫାରେ କେସ୍ ରୁଜୁ ହୋଇଛି ସେ ନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କୌଣସି ତଥ୍ୟ ଦେଇନଥିଲେ । କେବଳ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଦୁଇ ଧାଡ଼ି କହି ଚୁପ୍ ରହିଥିଲେ ।

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ପୂର୍ବତନ ବାଚସ୍ପତିଙ୍କ ଚାମ୍ବରକୁ ଯାଉଥିଲେ ଅର୍ଚ୍ଚନା । ସେ ନାଗୁଣୀକୁ ଦେଖିଛନ୍ତି । ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଜବାବ ରଖି କହିଛନ୍ତି, ସରକାର ଏବେ ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ନାହିଁ । ଅଭିଯୋଗ ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ହୋଇଛନ୍ତି ।
ସେହିପରି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ଅର୍ଚ୍ଚନା ନାଗ ପ୍ରସଙ୍ଗ ହେଉଛି ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ ଓ ଏଥିରେ ଆର୍ଥିକ ଅପରାଧ ମଧ୍ୟ ହୋଇଛି । ଶାସକ ଦଳର ଅନେକ ନେତା,ମନ୍ତ୍ରୀ, ବିଧାୟକ, ସରକାରୀ ଅଫିସର, ଠିକାଦାର, ବିଲଡର ଆଦି ଏଥିରେ ସମ୍ପୃକ୍ତ ଅଛନ୍ତି । ୫ଟି ଡାଏରୀ ଓ ୪ଟି ଲାପଟପ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ତା'ର ମେଲ୍ ଆଇଡିରୁ ୬୪ଜଣଙ୍କ ଫଟୋ ମିଳିଛି । ଏସବୁ ଅପରାଧୀଙ୍କୁ ଖସାଇ ଦେବାକୁ ଉଦ୍ୟମ ହେଉଛି । ଏହି ମାମଲାରେ ଇଡିକୁ ରାଜ୍ୟ ପୋଲିସ ସହଯୋଗ କରୁଛି ତ ବୋଲି ସେ ପ୍ରଶ୍ନ କରିବା ସହ ପୋଲିସ ଓ ଗୁଇନ୍ଦା ବିଭାଗ କ'ଣ ମଉନବ୍ରତରେ ଶୋଇଥିଲେ ?
ରାଜ୍ୟର ପାୱାର କରିଡର କୁହାଯାଉଥିବା ବିଧାନସଭା ଭିତରକୁ ଅର୍ଚ୍ଚନା କେମିତି ଆସିଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ଅର୍ଚ୍ଚନା କେମିତି ଓ କାହା ସହାୟତାରେ ବିଧାନସଭାକୁ ଆସିଥିଲେ? କେଉଁ କେଉଁ ବିଧାୟକ ଓ ନେତା ତାଙ୍କ ସମ୍ପର୍କରେ ଥିଲେ?
-
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ -
ଆସିଲା ଗ୍ରୀଷ୍ମ ଋତୁ, ଏହି ସବୁ ସମସ୍ୟା ଥିଲେ ଭୁଲରେ ବି ଖାଆନ୍ତୁ ନାହିଁ ତରଭୁଜ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ମାର୍ଚ୍ଚ ୨୮ରୁ ଆଇପିଏଲ ଆରମ୍ଭ -
କେଜରିୱାଲଙ୍କ ସହ ଅନ୍ୟ ୨୩ ଜଣଙ୍କୁ ନୋଟିସ୍ ଜାରି କଲେ ହାଇକୋର୍ଟ -
ଭାରତରେ ମହିଳା କଣ୍ଠଶିଳ୍ପୀଙ୍କ ଗୀତ ଖୁବ୍ କମ୍ ଦେଖିବାକୁ ମିଳିଥାଏ ,ଜାଣନ୍ତୁ କାହିଁକି ଏମିତି କହିଲେ ଲୋକପ୍ରିୟ କଣ୍ଠଶିଳ୍ପୀ ଶ୍ର











Click it and Unblock the Notifications