For Quick Alerts
Turn On Notification  
For Daily Alerts
Oneindia App Download

ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଜି କମ୍ପିଲା ଗୃହ

ଆଜି ଥିଲା ବିଧାନସଭା ଶୀତ ଅଧିବେଶନର ୪ର୍ଥ ଦିନ । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଜି କମ୍ପିଲା ଗୃହ । ବିଜେପି ବିଧାୟକମାନେ ଅର୍ଚ୍ଚନା ନାଗ ମାମଲାରେ, ମୁଲତବୀ ପ୍ରସ୍ତାବ ଆଗତ କରିବା ସହ ରାଜ୍ୟ ସରକାରଙ୍କୁ ଘେରିଛନ୍ତି ।

|

ଭୁବନେଶ୍ୱର: ଆଜି ଥିଲା ବିଧାନସଭା ଶୀତ ଅଧିବେଶନର ୪ର୍ଥ ଦିନ । ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଜି କମ୍ପିଲା ଗୃହ । ବିଜେପି ବିଧାୟକମାନେ ଅର୍ଚ୍ଚନା ନାଗ ମାମଲାରେ, ମୁଲତବୀ ପ୍ରସ୍ତାବ ଆଗତ କରିବା ସହ ରାଜ୍ୟ ସରକାରଙ୍କୁ ଘେରିଛନ୍ତି । ଏଥି ସହ ମୁଖ୍ୟମନ୍ତ୍ରୀ ଇସ୍ତଫା ଦାବି ମଧ୍ୟ କରିଛନ୍ତି ବିରୋଧୀ । ଅର୍ଚ୍ଚନା ନାଗ ମାମଲାରେ ଥାନାରେ କେଉଁ ସବୁ ଦଫାରେ କେସ୍ ରୁଜୁ ହୋଇଛି ସେ ନେଇ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା କୌଣସି ତଥ୍ୟ ଦେଇନଥିଲେ । କେବଳ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହୋଇଛି ବୋଲି ଦୁଇ ଧାଡ଼ି କହି ଚୁପ୍ ରହିଥିଲେ ।

Odisha Assembly Winter Session

କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ପୂର୍ବତନ ବାଚସ୍ପତିଙ୍କ ଚାମ୍ବରକୁ ଯାଉଥିଲେ ଅର୍ଚ୍ଚନା । ସେ ନାଗୁଣୀକୁ ଦେଖିଛନ୍ତି । ସେପଟେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଜବାବ ରଖି କହିଛନ୍ତି, ସରକାର ଏବେ ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ନାହିଁ । ଅଭିଯୋଗ ଆଧାରରେ ଅର୍ଚ୍ଚନା ଓ ଜଗବନ୍ଧୁ ଗିରଫ ହୋଇଛନ୍ତି ।

ସେହିପରି ବିଜେପି ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ ଯେ, ଅର୍ଚ୍ଚନା ନାଗ ପ୍ରସଙ୍ଗ ହେଉଛି ରାଜ୍ୟର ସବୁଠୁ ବଡ଼ ସେକ୍ସ ସ୍କାଣ୍ଡାଲ ଓ ଏଥିରେ ଆର୍ଥିକ ଅପରାଧ ମଧ୍ୟ ହୋଇଛି । ଶାସକ ଦଳର ଅନେକ ନେତା,ମନ୍ତ୍ରୀ, ବିଧାୟକ, ସରକାରୀ ଅଫିସର, ଠିକାଦାର, ବିଲଡର ଆଦି ଏଥିରେ ସମ୍ପୃକ୍ତ ଅଛନ୍ତି । ୫ଟି ଡାଏରୀ ଓ ୪ଟି ଲାପଟପ୍ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । ତା'ର ମେଲ୍ ଆଇଡିରୁ ୬୪ଜଣଙ୍କ ଫଟୋ ମିଳିଛି । ଏସବୁ ଅପରାଧୀଙ୍କୁ ଖସାଇ ଦେବାକୁ ଉଦ୍ୟମ ହେଉଛି । ଏହି ମାମଲାରେ ଇଡିକୁ ରାଜ୍ୟ ପୋଲିସ ସହଯୋଗ କରୁଛି ତ ବୋଲି ସେ ପ୍ରଶ୍ନ କରିବା ସହ ପୋଲିସ ଓ ଗୁଇନ୍ଦା ବିଭାଗ କ'ଣ ମଉନବ୍ରତରେ ଶୋଇଥିଲେ ?

ରାଜ୍ୟର ପାୱାର କରିଡର କୁହାଯାଉଥିବା ବିଧାନସଭା ଭିତରକୁ ଅର୍ଚ୍ଚନା କେମିତି ଆସିଲେ ତାହା ଏବେ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରିଛି । ପ୍ରଶ୍ନ ଉଠୁଛି, ଅର୍ଚ୍ଚନା କେମିତି ଓ କାହା ସହାୟତାରେ ବିଧାନସଭାକୁ ଆସିଥିଲେ? କେଉଁ କେଉଁ ବିଧାୟକ ଓ ନେତା ତାଙ୍କ ସମ୍ପର୍କରେ ଥିଲେ?

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Archana Nag Issue in Odisha Assembly Winter Session Day 4
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X