ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ; ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ । ଖୁବଶୀଘ୍ର ଜେଲରୁ ମୁକୁଳି ପାରନ୍ତି ଅର୍ଚ୍ଚନା ନାଗ । ଅର୍ଚ୍ଚନାଙ୍କୁ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ପୂର୍ବରୁ ୨ଟି ମାମଲାରେ ଅର୍ଚ୍ଚନାଙ୍କୁ ଜାମିନ ମିଳିସାରିଛି । ସମସ୍ତ ୩ଟି ମାମଲାରେ ଜାମିନ ମିଳିଥିବାରୁ ଅର୍ଚ୍ଚନା ଜେଲରୁ ମୁକୁଳିବା ସ୍ପଷ୍ଟ ହୋଇଛି ।

ଇଡି କରିଥିବା ମାମଲାରେ ଜାମିନ ମିଳିଛି । ପୂର୍ବରୁ ଅନ୍ୟ ଦୁଇଟି ମାମଲାରେ ଜାମିନ ପାଇଛନ୍ତି ଅର୍ଚ୍ଚନା । ନୟାପଲ୍ଲୀ ଓ ଖଣ୍ଡଗିରି ଥାନାରେ ହୋଇଥିବା ମାମଲାରେ ତାଙ୍କୁ ଜାମିନ ମିଳିସାରିଥିଲା । ହାଇକୋର୍ଟ ଜାମିନ ପ୍ରଦାନ କରିଥିବାରୁ ଅର୍ଚ୍ଚନା ଖୁବଶୀଘ୍ର ଜେଲରୁ ମୁକୁଳିପାରନ୍ତି ।

ଏପ୍ରିଲ ୧୧ରେ ନୟାପଲ୍ଲୀ ଥାନା ମାମଲା ତାଙ୍କୁ ଜାମିନ ପ୍ରଦାନ କରିବା ସହ ବାହାରକୁ ନଯିବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହିପରି ଅଗଷ୍ଟ ୨ରେ ଖଣ୍ଡଗିରି ଥାନା ମାମାଲାରେ ତାଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।

Archana Nag

ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହେବା ପରେ ସମଗ୍ର ରାଜ୍ୟରେ ଏହା ଚହଳ ପକାଇଥିଲା । ଏହି ମାମଲାରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ଏବେ ଝାରପଡ଼ା ଜେଲ୍‌ରେ ଅଛନ୍ତି ।

ଗତବର୍ଷ ଡିସେମ୍ବର ୧୩ ତାରିଖରେ ପ୍ରିଭେନସନ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ଅର୍ଚ୍ଚନାଙ୍କୁ ଗିରଫ କରିଥିଲା ଇଡି । ମନି ଲଣ୍ଡରିଂର ଖୋଳତାଡ ବେଳେ ହନିଟ୍ରାପ୍ ଓ ବେଆଇନ ଟଙ୍କା କାରବାରର ପ୍ରମାଣ ପାଇଥିଲା ଇଡି ।

ନିଜ ସମ୍ପତ୍ତିର ହିସାବ ଦେଇ ନ ପାରିବାରୁ ଅର୍ଚ୍ଚନା, ଜଗବନ୍ଧୁଙ୍କ ଆଲିସାନ ବଙ୍ଗଳା ସମେତ ଖଗେଶ୍ୱରଙ୍କ କୋଠାକୁ ବି ଜବତ କରିଥିଲା ଇଡି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+