Get Updates
Get notified of breaking news, exclusive insights, and must-see stories!

ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟଙ୍କ ଝଟକା, ମିଳିଲା ନାହିଁ ଆଗୁଆ ଜାମିନ

ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟଙ୍କ ଝଟକା, ମିଳିଲା ନାହିଁ ଆଗୁଆ ଜାମିନ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟଙ୍କ ଝଟକା । ମିଳିଲା ନାହିଁ ଆଗୁଆ ଜାମିନ । କୋର୍ଟରେ ଆଗୁଆ ଜାମିନ ଆବେଦନ କରିଥିଲେ ଶ୍ରଦ୍ଧାଞ୍ଜଳି । ତେଣୁ ଆସନ୍ତା ୨୪ ତାରିଖରେ ତାଙ୍କୁ ହାଜର ହେବା ପାଇଁ ପଡିବ ।

Archana Nag Case

ଅର୍ଚ୍ଚନାଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳିଙ୍କୁ ହାଇକୋର୍ଟଙ୍କ ଝଟକା

ସୂଚନା ଅନୁସାରେ, ଖଣ୍ତଗିରି ଥାନାରେ ରୁଜୁ ହୋଇଥିବା ମାମଲାରେ ନିଜକୁ ପିଡିତା ଦର୍ଶାଇ ଶ୍ରଦ୍ଧାଞ୍ଜଳି ହାଇକୋର୍ଟରେ ଆଗୁଆ ଜାନିନ୍ ପାଇଁ ଆବେଦନ କରିଥିଲେ । ହେଲେ ଇଡି ଦାଖଲ କରିଥିବା ଚାର୍ଜସିଟରେ ଶ୍ରଦ୍ଧାଞ୍ଜଳି ଅଭିଯୁକ୍ତ ଥିବାରୁ ତାଙ୍କ ଆଗୁଆ ଜାମିନକୁ ହାଇକୋର୍ଟଙ୍କ ତରଫରୁ ଖାରଜ କରାଯାଇଛି । ଏହା ପୂର୍ବରୁ ମଧ୍ୟ ଶ୍ରଦ୍ଧାଞ୍ଜଳିଙ୍କୁ ଅନ୍ତରୀଣ ସୁରକ୍ଷା ଦେବାକୁ ମନା କରିଥିଲେ କୋର୍ଟ ଏବଂ ତଦନ୍ତରେ ଇଡିକୁ ସହଯୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।

ସୂଚନାଥାଉ ଯେ, ଭୁବନେଶ୍ୱର ସେସନ୍ସ କୋର୍ଟରେ ଇଡି ଦାଖଲ କରିଥିବା ଚାର୍ଜସିଟରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ମଧ୍ୟ ରହିଛି । ଶ୍ରଦ୍ଧାଞ୍ଜଳି, ଖଗେଶ୍ୱର ପାତ୍ର, ଅର୍ଚ୍ଚନା ନାଗ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ନାଁରେ ମୋଟ୍ ୨ ହାଜର ୨୪୧ ପୃଷ୍ଠାର ଚାର୍ଜସିଟ୍ ଇଡି ପକ୍ଷରୁ କୋର୍ଟରେ ଦାଖଲ କରାଯାଇଛି । ଏହି କେଶରେ ଶ୍ରଦ୍ଧାଞ୍ଜଳିଙ୍କ ନାଁ ଥିବାରୁ ତାଙ୍କୁ ଆଗୁଆ ଜାମିନ୍ ମିଳି ପାରି ନାହିଁ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+