ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ
ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କୁ ମିଳିଛି ଜାମିନ । ହାଇକୋର୍ଟ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି ।

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ଜଗବନ୍ଧୁଙ୍କୁ ମିଳିଛି ଜାମିନ । ହାଇକୋର୍ଟ ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ଦେଇଛନ୍ତି । ୩ଟି ମାମଲାରୁ ମାତ୍ର ଗୋଟିଏରେ ସର୍ତ୍ତମୂଳକ ଜାମିନ ମିଳିଥିବା ଜଣାପଡିଛି ।
ଖଣ୍ଡଗିରି ଥାନାର ଶ୍ରଦ୍ଧାଞ୍ଜଳି ମାମଲାରେ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରାଯାଇଛି । ଅର୍ଚ୍ଚନା ନାଗ କେସରେ ଶ୍ରଦ୍ଧାଞ୍ଜଳି ସଂପୃକ୍ତ ଥିବା ଅଭିଯୋଗ ହୋଇଥିଲା । କିନ୍ତୁ ଶ୍ରଦ୍ଧାଞ୍ଜଳି ନିଜେ ପିଡିତା ବୋଲି ଦର୍ଶାଇ ଖଣ୍ଡଗିରି ଥାନାରେ ଅର୍ଚ୍ଚନା, ଜଗବନ୍ଧୁ ଓ ସହଯୋଗୀ ଜଗବନ୍ଧୁ ନାଁରେ ଲିଖିତ ଅଭିଯୋଗ ଆଣିବା ପରେ ସେମାନଙ୍କ ନାଁରେ ମାମଲା ରୁଜୁ ହୋଇଥିଲା । ଏହା ବାଦ ଜଗବନ୍ଧୁଙ୍କ ନାଁରେ ନୟାପଲ୍ଲୀ ଥାନାରେ ମାମଲା ଓ ଇଡିରେ ମାମଲା ରହିଛି । ହାଇକୋର୍ଟ ଏବେ ଜଗବନ୍ଧୁଙ୍କୁ କେବଳ ଶ୍ରଦ୍ଧାଞ୍ଜଳି କେସରେ ଜାମିନ ପ୍ରଦାନ କରିଛନ୍ତି । ଅନ୍ୟ ଦୁଇଟି ମାମଲାରେ ଯେହେତୁ ଜାମିନ ମିଳିନାହିଁ । ତେଣୁ ଜଗବନ୍ଧୁ ଜାମିନ ପାଇଲେ ବି ଜେଲରୁ ମୁକୁଳି ପାରିବେ ନାହିଁ ।
ପୂର୍ବରୁ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାର ଗତ ମାସ ୯ ତାରିଖରେ ହାଇକୋର୍ଟରେ ଶୁଣାଣି ହୋଇଥିଲା। ମାମଲାର ଶୁଣାଣି ସମୟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇ ସାରିଥିବା ସ୍ପଷ୍ଟ ହୋଇଥିଲା। ଅର୍ଚ୍ଚନା ନାଗ ପୂର୍ବରୁ ତଳ କୋର୍ଟରେ ଜାମିନ ଆବେଦନ। ଏହି ଜାମିନକୁ ଖାରଜ କରିଥିଲା କୋର୍ଟ। ପରେ ସେ ହାଇକୋର୍ଟରେ ଜାମିନ୍ ଆବେଦନ କରିଥିଲେ। ହାଇକୋର୍ଟ ଏହି ମାମଲାର ଶୁଣାଣି କରି କେସ୍ ଡାଏରି ଦାଖଲ ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଉଲ୍ଲେଖଥାଉ କି, ଅର୍ଚ୍ଚନା ନାଗ ବଡ଼ବଡ଼ିଆଙ୍କୁ ହନିଟ୍ରାପରେ ଫସାଇ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇଥିବା ଅଭିଯୋଗ ହୋଇଥିଲା । ଏଥିରେ ଅର୍ଚ୍ଚନାଙ୍କ ସମେତ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ତଥା ସହଯୋଗୀ ଖଗେଶ୍ୱର ବନ୍ଧା ହୋଇ ଏବେ ଝାରପଡ଼ା ଜେଲରେ ଅଛନ୍ତି।












Click it and Unblock the Notifications