ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: EDରେ ହାଜର ହେଲେ ନାହିଁ ଅକ୍ଷୟ ପରିଜା
ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା: EDରେ ହାଜର ହେଲେ ନାହିଁ ଅକ୍ଷୟ ପରିଜା
ଭୁବନେଶ୍ୱର: ଅର୍ଚ୍ଚନା ନାଗ ବ୍ଲାକମେଲିଂ ମାମଲା । ଭୁବନେଶ୍ୱର ED ଅଫିସରେ ପ୍ରଯୋଜକ ଅକ୍ଷୟ ପରିଜାଙ୍କ ଓକିଲ । ଆଜି ହାଜର ହେବା ପାଇଁ ଚଳଚ୍ଚିତ୍ର ନିର୍ମାତା ଅକ୍ଷୟ ପରିଜାଙ୍କୁ ନୋଟିସ୍ କରିଥିଲା ଇଡି । ହେଲେ ସେ ବ୍ୟକ୍ତିଗତ ଭାବେ ହାଜର ହୋଇନଥିଲେ । ତାଙ୍କ ବଦଳରେ ଓକିଲ ଆକାଶ ଭୂୟାଁ ଇଡି କାର୍ଯ୍ୟାଳୟରେ ହାଜର ହୋଇଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ଠିକ୍ ନଥିବା ଦର୍ଶାଇ ଅକ୍ଷୟ ପରିଜାଙ୍କୁ ଆଉ କିଛି ଦିନ ସମୟ ଦେବା ପାଇଁ ଓକିଲ ଇଡି କାର୍ଯ୍ୟାଳୟରେ ଆବେଦନ କରି ପାରନ୍ତି ବୋଲି ସୂଚନା ରହିଛି ।

ସୂଚନାଥାଉ ଯେ, ଅକ୍ଷୟଙ୍କୁ ଜଣେ ଆଇନଜୀବୀ ଭାବେ ପରିଚୟ ଦେଇଥିଲା ଅର୍ଚ୍ଚନା ନାଗ୍ । ଜଣେ ଯୁବତୀଙ୍କ ସହ ତାଙ୍କର ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଥିବା ଦାବି କରିଥିଲା । ସେହି ଯୁବତୀ ତାର ମହକିଲ ବୋଲି ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଯୁବତୀ ଜଣଙ୍କ ତାଙ୍କ ବିରୋଧରେ ଥାନାକୁ ଯିବେ ବୋଲି ଅକ୍ଷୟଙ୍କୁ ଧମକାଇଥିଲା । ନହେଲେ ସମ୍ମାନହାନି କରିବାର ଓ କ୍ୟାରିୟର ନଷ୍ଟ କରିଦେବାର ଧମକ ଦେଇଥିଲା । ସମ୍ମାନହାନି ଭୟରେ ବୁଝାମଣା କରିବାକୁ ରାଜି ହୋଇଥିଲେ ଅକ୍ଷୟ ପରିଜା । ଏଥିପାଇଁ ଭୁବନେଶ୍ୱରର ସ୍ୟାଣ୍ଡି ଟାୱାରରେ ଅର୍ଚ୍ଚନା ସହ ଭେଟ ହେଲା । ମାମଲା ରଫାଦଫା କରିବା ପାଇଁ ୩ କୋଟି ଟଙ୍କା ଦାବି କରିଥିଲା ଅର୍ଚ୍ଚନା । ଟଙ୍କା ନଦେଲେ ଖଣ୍ଡ ଖଣ୍ଡ କରି କାଟିଦେବା ସହ ଭୁବନେଶ୍ୱର ବାହାରକୁ ଯାଇ ପାରିବେ ନାହିଁ ବୋଲି ଅର୍ଚ୍ଚନା ଧମକ ଦେଇଥିବା ଅକ୍ଷୟ ପରିଜା FIRରେ ଉଲ୍ଲେଖ କରିଛନ୍ତି ।
ତେବେ ପୂର୍ବରୁ ୬ଟି ସ୍ଥାନରେ ଇଡି ଏକକାଳୀନ ଚଢ଼ାଉ କରିଥିଲା । ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି କେସିଙ୍ଗା ସ୍ଥିତ ପୈତୃକ ବାସଭବନରେ ଇଡିର ଚଢ଼ାଉ କରିଥିଲା । ସେହିପରି ବାଲେଶ୍ୱର, କଟକରେ ବି ଇଡିର ଚଢ଼ାଉ କରିଥିବା ନେଇ ସୂଚନା ରହିଥିଲା । ଅର୍ଚ୍ଚନା ନାଗଙ୍କ ଭୁବନେଶ୍ୱର ସତ୍ୟବିହାର ଘରେ ମଧ୍ୟ ଇଡିର ଚଢ଼ାଉ କରିଥିଲା । ସୂଚନାଯୋଗ୍ୟ, କମିସନରେଟ ପୋଲିସ ପକ୍ଷରୁ ୨ଟି ଏତଲାର କପି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟକୁ ହସ୍ତାନ୍ତର କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ କମିସନରେଟ ପୋଲିସ ଖଣ୍ଡଗିରି ଓ ନୟାପଲ୍ଲୀ ଥାନାରେ ହୋଇଥିବା ଏତଲାର କପି ଇଡିକୁ ହସ୍ତାନ୍ତର କରିଥିଲା ।
-
ପୁଣି ଥରେ ଚର୍ଚ୍ଚାରେ ମହାକୁମ୍ଭ ଭାଇରାଲ ଗର୍ଲ ମୋନାଲିସା -
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ହର୍ମୁଜ୍ ପ୍ରଣାଳୀ ପାର ହୋଇ ମୁମ୍ବାଇ ପହଞ୍ଚିଲା ପ୍ରଥମ ଭାରତୀୟ ତୈଳ ଟ୍ୟାଙ୍କର୍ -
ଜ୍ଞାନେଶ କୁମାରଙ୍କ ବିରୋଧ: ମହାଭିଯୋଗ ପ୍ରସ୍ତାବରେ କଲେ ସ୍ୱାକ୍ଷର ୧୮୦ ସାଂସଦ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଗୁଳିମାଡ଼ରୁ ଅଳ୍ପକେ ବର୍ତ୍ତିଲେ ଜମ୍ମୁ କାଶ୍ମୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଳା, ଅଭିଯୁକ୍ତ ଗିରଫ -
ଅମାନିଆ ଗାଡ଼ି ଚାଳକ ସାବଧାନ, ମାର୍ଚ୍ଚ ୨୧ରୁ ଆରମ୍ଭ ହେବ ସ୍ୱତନ୍ତ୍ର ଅଭିଯାନ -
ଅନାସ୍ଥା ଖାରଜ ପରେ ସଂସଦକୁ ସମ୍ବୋଧିତ କଲେ ଓମ୍ ବିର୍ଲା,କହିଲେ ସଂସଦଠାରୁ ଉପରେ ନୁହଁନ୍ତି ବିରୋଧି ଦଳର ନେତା-ପ୍ରଧାନମନ୍ତ୍ରୀ -
IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର, ୫ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି -
ଗ୍ୟାସ ସଙ୍କଟ ଆତଙ୍କ; ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ କହିଲେ ଗୁଜବରେ ବିଶ୍ୱାସ କର ନାହିଁ -
ବଡ଼ ଆଶ୍ବସ୍ତି, ଷ୍ଟ୍ରେଟ୍ ଅଫ୍ ହର୍ମୁଜ୍ ଦେଇ ଯିବାକୁ ଭାରତ ଜାହାଜକୁ ଅନୁମତି -
ଆସନ୍ତାକାଲି ଦୁଇଦିନିଆ ଗସ୍ତରେ ଆସାମ ଯିବେ ପ୍ରଧାନମନ୍ତ୍ରୀ,ପିଏମ୍ କିଶାନ ଯୋଜନାରେ ୧୮.୬୪୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା....











Click it and Unblock the Notifications